Home କନ୍ଧମାଳ ପ୍ରବାସୀ ଓଡ଼ିଆଙ୍କୁ ନିଜ ଘରକୁ ପଠାଇବା ବ୍ୟବସ୍ଥା କଲେ ଦୁଇ ଠିକାଦାର

ପ୍ରବାସୀ ଓଡ଼ିଆଙ୍କୁ ନିଜ ଘରକୁ ପଠାଇବା ବ୍ୟବସ୍ଥା କଲେ ଦୁଇ ଠିକାଦାର

137

ବାଲିଗୁଡା, ୧୨/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କରୋନା ମହାମୁକାବିଲା ପାଇଁ ସାରା ଦେଶ ଲକଡାଉନ ଥିବା ଯୋଗୁଁ ସମସ୍ତ ବସ, ଟ୍ରକ, ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ କିଛି ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରେ ରହି ଯାଇଥିଲେ। ଯାହାଦ୍ୱାରା କିଛି ପ୍ରବାସୀ ଓଡ଼ିଆ କାମ ଧନ୍ଦା, ବ୍ୟବସାୟ କରିବାକୁ ଆସିଥିବା ବେଳେ ସରକାରଙ୍କ ଘୋଷଣା ପରେ ସବୁ ବନ୍ଦ ଥିଲା। ପ୍ରବାସୀ ଓଡ଼ିଆଙ୍କ ପାଖରେ ଯିବା ପାଇଁ ଟଙ୍କା ଅଭାବ ହେତୁ ସେମାନେ ଯାଇପାରୁନଥିଲେ। ଏମିତି ଏକ ଘଟଣା ମଧ୍ୟରେ ବାଲିଗୁଡ଼ା ବ୍ଲକ ସୁଡ୍ରା ପଞ୍ଚାୟତକୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରନ ଗ୍ରାମର ଏକ ପରିବାର ରସ କଂସା, ପିତଳ ଝଳେଇ କରିବା ପାଇଁ ଆସିଥିଲେ। ଲକଡାଉନ ଯୋଗୁଁ ରହି ଯାଇଥିଲେ। ବହୁତ ଅସୁବିଧାରେ ଏକ ସ୍କୁଲ ଘରେ ରହୁଥିଲେ। ଏହି ପରିବାର ନିଜ ଘରକୁ ଯିବା ପାଇଁ ଚାହୁଁଥିଲେ। ଠିକ ଏହି ସମୟରେ ସହଯୋଗର ହାତ ବଢ଼ାଇ ଥିଲେ ଠିକାଦାର ଅଭୟ କୁମାର ପାତ୍ର ଓ ସୁଶାନ୍ତ କୁମାର ଲେଙ୍କା ନିଜ ହାତରୁ ଗାଡ଼ି ଭଡ଼ା ଦେଇ ପଠାଇବାର ବନ୍ଦୋବସ୍ତ କରିଥିଲେ। ଏଭଳି ଚର୍ଚ୍ଚାକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.