Home କନ୍ଧମାଳ ଗଞ୍ଜେଇ ସହ ଅଟୋ ଜବତ :୪ ଜଣ ଗିରଫ

ଗଞ୍ଜେଇ ସହ ଅଟୋ ଜବତ :୪ ଜଣ ଗିରଫ

102

କନ୍ଧମାଳ, ୧୧/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନାର ମହାମୁକାବିଲା ଚାଲିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ ଭର୍ତ୍ତି ଏକ ଅଟୋ ସହ ୪ ଜଣକୁ ଗିରଫ କରିଛି ପୋଲିସ। ଏକ ଅଟୋରେ ଫିରିଙ୍ଗିଆ ନିକଟସ୍ଥ ମୁସଲିପଙ୍ଗା ଗ୍ରାମରୁ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାଝିପାଡା ଛକରେ ଅଟୋକୁ ଜବତ କରିଥିଲେ। ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ୪ ଜଣ ଗଞ୍ଜେଇ ଚାଲାଣ କାରୀ ପିପିଲି ଅଞ୍ଚଳର ଡ୍ରାଇଭର ଜାବେଦ ଅଖତର(୩୦), ଜଟଣୀ ର ସୁସ୍ମିତା ସାହୁ (୩୦), ନରସିଂହପୁର ଅଞ୍ଚଳର ସମୀର କୁମାର ନନ୍ଦ (୪୨), କରଣ୍ଡାଗଡ଼ର ଜଖିଆ ଦିଗାଲଙ୍କ ନାମରେ କେଶନଂ- ୪୩/୨୦ ରୁଜୁ କରି କୋର୍ଟ ଚାଲାଣ କରିଥିବା ବିଷୟ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.