Home ଜିଲ୍ଲା ପରିକ୍ରମା ପ୍ରବାସୀଙ୍କ ଯାତନାରେ ପଡ଼ୁନି ପୂର୍ଣ୍ଣଛେଦ : ମହାରାଷ୍ଟ୍ରରେ ଫସିଥିବା ଜିଲ୍ଲାର ୧୪ ପ୍ରବାସୀ ଘରକୁ ଫେରିଲେ

ପ୍ରବାସୀଙ୍କ ଯାତନାରେ ପଡ଼ୁନି ପୂର୍ଣ୍ଣଛେଦ : ମହାରାଷ୍ଟ୍ରରେ ଫସିଥିବା ଜିଲ୍ଲାର ୧୪ ପ୍ରବାସୀ ଘରକୁ ଫେରିଲେ

81

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତଥାପି ସରୁନି କରୋନା ସମୟରେ ପ୍ରବାସୀଙ୍କ ଯାତନା । ୨ମାସ ପୂର୍ବେ ପ୍ରବାସୀଙ୍କ ସମସ୍ୟାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ଯେପରି ଅନ୍ତ ନାହିଁ । ଲକଡାଉନ କଟକଣା କୋହଳ ହେବା ପରେ ଭଦ୍ରକ ଜିଲ୍ଲାକୁ ଫେରିଥିଲେ ପ୍ରଶାସନିକ ସୂଚନା ଅନୁଯାୟୀ ୪୦ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ । ସେମାନଙ୍କୁ ସରକାର କାମଧନ୍ଦା ଯୋଗାଇ ଦେବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ସରକାର କିମ୍ବା ପ୍ରଶାସନ ସେମାନଙ୍କ ପାଇଁ ସେପରି କୌଣସି ବ୍ୟବସ୍ଥା କଲା ନାହିଁ । ଜୀବନ ଜିବୀକାର ଲଢ଼େଇ ମଧ୍ୟରେ କେତେକ ପ୍ରବାସୀ ଜୀବନ ଅପେକ୍ଷା ଜିବୀକାକୁ ଅôଦକ ଗୁରୁତ୍ୱ ଦେଲେ । ତେଣୁ ଅନ୍ୟ ଉପାୟ ନପାଇ ସେମାନେ ପୁଣି ଅନ୍ୟ ରାଜ୍ୟକୁ ଯିବାକୁ ମନସ୍ଥ କଲେ । ପ୍ରଶାସନ କହୁଥିଲା, ଏଣିକି ଯିଏ ବାହାର ରାଜ୍ୟକୁ ଯିବ, ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଡାଟାବେସ କରି ରଖାଯିବ ଶ୍ରମ କାର୍ଯ୍ୟାଳୟରେ । କିନ୍ତୁ ଇତିମଧ୍ୟରେ ବହୁ ସଂଖ୍ୟକ ପ୍ରବାସୀ ଦାଦନ କଟିବାକୁ ବାହାର ରାଜ୍ୟକୁ ଯାଇ ସାରିଲେଣି । ସେମାନଙ୍କ ମଧ୍ୟରୁ ଅନେକ ପୁଣି ନିର୍ଯ୍ୟାତନାର ଶୀକାର ହୋଇ ଘରକୁ ଫେରିବାକୁ ବସିଲେଣି । ଏସମ୍ପର୍କରେ ସାମାନ୍ୟତମ ତଥ୍ୟ ଶ୍ରମ କାର୍ଯ୍ୟାଳୟ କିମ୍ବା ପ୍ରଶାସନ ନିକଟରେ ନାର୍ହି । ତେବେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକର ୧୪ ଦାଦନ ଖଟିବାକୁ ଯାଇଥିବା ପ୍ରବାସୀ ଏବେ ନିର୍ଯ୍ୟାତନାର ଶୀକାର ହେବା ପରେ ଏବେ କେତେକ ସହୃଦୟ ସମାଜସେବୀଙ୍କ ସହଯୋଗରେ । ସେମାନଙ୍କ ମଧ୍ୟରୁ ସାନତନ ଜେନା ଆମ ପ୍ରତିନିଧିଙ୍କ ଆଗରେ ରଖିଛନ୍ତି ଏହିପରି ତିକ୍ତ ଅନୁଭୂତି । କରୋନା ଲକ୍‌ଡାଉନ ପାଇଁ ବାଙ୍ଗାଲୁରର ଏକ ସୂତାକଳରେ କାମ କରୁଥିଲେ । ଲକଡାଉନ କଟକଣା କୋହଳ ହେବାପରେ ରାଜ୍ୟ ସରକାରଙ୍କ ସହଯୋଗରେ ନିଜ ଘରକୁ ଫେରି ଆସିଥିଲେ । ରାଜ୍ୟ ସରକାର ଫେରି ଆସୁଥିବା ପ୍ରବାସୀଙ୍କ ପାଇଁ କିଛି ନିର୍ଦ୍ଧିଷ୍ଟ ଯୋଜନା ପ୍ରଣୟନ କରିବେ ଓ ସେମାନଙ୍କୁ ଆଉ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ପଡ଼ିବ ନାହିଁ ବୋଲି ଭାବିଥିଲେ । କିନ୍ତୁ ସେପରି କିଛି ହେଲା ନାହିଁ । ଜୀବନ ଓ ଜିବୀକା ସଂଘର୍ଷ ମଧ୍ୟରେ ଦୀର୍ଘ ଦିନ ଅପେକ୍ଷା କରିଥିଲେ ସରକାରଙ୍କ ଯୋଜନାକୁ । କିନ୍ତୁ ସେପରି କୌଣସି ସମ୍ଭାବନା ନଦେଖି ଧେର୍ଯ୍ୟ ହରାଇ ବସିଥିଲେ ।

ଏହି ସମୟରେ ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର ବଳରାମ ପାଢ଼ୀ ନାମକ ଜନୈକ ଶ୍ରମ ଦଲାଲ ସେମାନଙ୍କୁ ଯୋଗଯୋଗ କରିଥିଲେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଏକ କମ୍ପାନୀରେ କାମ କରିବାକୁ । ଉଚ୍ଚ ବେତନର ଲୋଭ ମଧ୍ୟ ଦେଖାଇଥିଲେ । ରହିବା ପାଇଁ ଘର, ଦୁଇ ଓଳି ମାଗଣା ଖାଇବା, ସାମାଜିକ ସୁରକ୍ଷା ପରି ସମସ୍ତ ପ୍ରକାର ପ୍ରତିଶ୍ରୁତି ସେମାନଙ୍କୁ ଦିଆଯାଇଥିଲା । ଏଥିରେ ପ୍ରଲୋଭିତ ହୋଇ ତିହିଡ଼ି ବ୍ଲକ ଦେଉଳା ଗ୍ରାମର ସନାତନ ଜେନା ଓ ଜୟରାମ ଙ୍କ ନେତୃତ୍ୱରେ ୮ଜଣ ଓ ବାସୁଦେବପୁର ଅଞ୍ଚଳର ୪ଜଣ ଏହିପରି ମୋଟ ୧୪ଜଣ ସେଠାକୁ କାମ କରିବାକୁ ଯାଇଥିଲେ । କିନ୍ତୁ ତା’ ପରେ ସେଠାରେ ଯାହା ଘଟିଲା ତା ଅବର୍ଣ୍ଣନୀୟ । ସଂପୃକ୍ତ କମ୍ପାନୀର ମାଲିକ ସେମାନଙ୍କୁ ମନଇଛା ଖଟାଇବା ଆରମ୍ଭ କରିଥିଲେ । ରହିବା ପାଇଁ ଘର ଦୂରର କଥା, ଦୁଇ ଓଳି ଖାଇବାକୁ ମଧ୍ୟ ଦେଇନଥିଲେ । ଏଥିରେ ଅନ୍ତବ୍ୟସ୍ତ ହୋଇ ସେମାନେ ସଂଘବଦ୍ଧ ହୋଇ ଉକ୍ତ ସ୍ଥାନ ଛାଡ଼ି ଲୁଚି ପଳାଇ ଆସିଥିଲେ । କିନ୍ତୁ ବାଟରେ କମ୍ପାନୀର ମାଲିକଙ୍କ ଗୁଣ୍ଡା ସେମାନଙ୍କୁ ଠାବ କରି ମାଡ଼ ମାରି ପୁଣି କମ୍ପାନୀ ପରିସରକୁ ନେଇ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨ଜଣ କୌଶଳକ୍ରମେ ସେଠାରୁ ଖସି ପଳାଇ ଆସି ଫୋନ ଯୋଗେ ଭଦ୍ରକ ଚାଷୀ ମୂଲିଆ ସଂଘର ସମ୍ପାଦକ ତଥା ସମ୍ପର୍କୀୟ ସୁଶାନ୍ତ ଜେନାଙ୍କୁ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଖବର ଦେଇଥିଲେ । ପରେ ସୁଶାନ୍ତ ସଂଘର ରାଜ୍ୟ ସମ୍ପାଦକଙ୍କୁ ଏବିଷୟରେ ଖବର ଦେଇ ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ । ପରେ ସଂଗଠନର ମହାରାଷ୍ଟ୍ର ରାଜ୍ୟ ସମ୍ପାଦକଙ୍କ ହସ୍ତକ୍ଷେପ ପରେ ପୁଲିସ ସେଠାରେ ପହଞ୍ଚି ଫସି ରହିଥିବା ୧୪ ପ୍ରବାସୀଙ୍କୁ ଉଦ୍ଧାର କରିଛି । କମ୍ପାନୀ ମାଲିକ ବାଧ୍ୟ ହୋଇ ସେମାନଙ୍କୁ ମାସକର ବେତନ ସହ ଗସ୍ତ ଖର୍ଚ୍ଚ ଦେଇ ନିଜ ଘରକୁ ଫେରିବାକୁ ଅନୁମତି ଦେଇଥିବାବେଳେ ସେମାନେ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭଦ୍ରକରେ ପହଞ୍ôଚଥିବାର ଜଣାପଡିଛି । ତେବେ କେବେ ପଡ଼ିବ ପ୍ରବାସୀଙ୍କ ଯାତନାରେ ପୂର୍ଣ୍ଣଛେଦ, ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.