Home ଜିଲ୍ଲା ପରିକ୍ରମା ଚରମ୍ପାରେ ଡଃ. ନରହରି ବେହେରାଙ୍କ ପାଇଁ ଶୋକସଭା

ଚରମ୍ପାରେ ଡଃ. ନରହରି ବେହେରାଙ୍କ ପାଇଁ ଶୋକସଭା

149

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଖ୍ୟାତ ସାହିତ୍ୟିକ ତଥା ଦକ୍ଷ ପ୍ରଶାସକ ଡଃ. ନରହରି ବେହେରାଙ୍କ କରୋନା ଯୋଦ୍ଧାଭାବେ ଅକାଳ ବିୟୋଗରେ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ତରଫରୁ ହୋଟେଲ ଅଭିନନ୍ଦନ ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ସଂସ୍କୃତି ମଞ୍ଚର ସଭାପତି ତଥା ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଶୋକସଭାରେ ବିଶିଷ୍ଟ ସାହିତ୍ୟିକ ଇଂ. ଅଭୟ ସୂତାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ. ବେହେରାଙ୍କ କାଳଜୟୀ ସାରସ୍ୱତ କୃତୀ, ପ୍ରାଶାସନିକ ଅଭିଜ୍ଞତା, ବାଗ୍ମିତା ତଥା ମହତ ସାଂଗଠନିକ ଦକ୍ଷତା ସମ୍ପର୍କରେ ଆଲୋଚନା କରି ତାଙ୍କୁ ଏକ ଆଦର୍ଶ, ନିରହଂକାର, ପରୋପକାରୀ ତଥା ଦୂରଦୃଷ୍ଟିସମ୍ପନ୍ନ ମଣିଷ ଭାବେ ବର୍ଣ୍ଣନା କରିଥିଲେ । ସଂପାଦକ ଶିକ୍ଷାବିତ୍ ତଥା କବି ଉମାକାନ୍ତ ନାୟକ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ବିହାରି ରାଉତ, ସାହିତ୍ୟିକ ବାବୁଲାଲ ଦାସ, ପ୍ରାଧ୍ୟାପକ ଶିବଚରଣ ଖାମୁରାଇ ଓ କବି କଲ୍ଲୋଳ କୁମାର ଲେଙ୍କା ପ୍ରମୁଖ ବକ୍ତାଭାବେ ଯୋଗଦେଇ ନରହରି ବାବୁଙ୍କ ସାହିତ୍ୟ ସାଧନା ସମ୍ପର୍କରେ ଆଲୋଚନା କରିଥିଲେ । ରୋଟାରିଆନ୍ ଶିଶିର କୁମାର ମିଶ୍ର, ସାହିତ୍ୟିକ ସଦାନନ୍ଦ ସାହୁ, ନାଟ୍ୟଶ୍ରୀ ନିର୍ମଳ ରାଉତ, ଆଇନଜୀବୀ କୁଳମଣି ବେହେରା, ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ସମାଜସେବୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସାହୁ , କବି ନାରାୟଣ ଚନ୍ଦ୍ର ପଧାନ, ସଂଗଠକ ନିଶାକର ରାଉତ, ଶିକ୍ଷକ ଧୀରେନ୍ଦ୍ର କୁମାର ଭଞ୍ଜ ଓ କବି ନିରଞ୍ଜନ ନାୟକ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଚରମ୍ପା ସାହିତ୍ୟ ସସ୍କୃତି ମଞ୍ଚର କର୍ମକର୍ତ୍ତାମାନେ ଶୋକସଭା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.