Home ଜିଲ୍ଲା ପରିକ୍ରମା ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ଦାବି

ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ଦାବି

106

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାଦ ପୁରୁଷ ବିଶ୍ୱ ବନ୍ଦିତ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ବିଜୁ ସ୍ମୃତି କମିଟି ଅଧ୍ୟକ୍ଷା ଅଧୀବକ୍ତା ଅମିତାବାଳା ଆଚାର୍ଯ୍ୟ ଦାବି କରିଛନ୍ତି । ସମଗ୍ର ବିଶ୍ୱରେ ସମ୍ମାନିତ ହେଉଥିବା ପୂଜ୍ୟ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମଭୂମି ଭାରତ ବର୍ଷରେ ଅଣଦେଖା କରାଯାଉଛି । ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ବିଜୁବାବୁଙ୍କ ସ୍ୱପ୍ନ ଥିଲା ସଂସଦରେ ୩୩ ପ୍ରତିଶତ ମହିଳା ପ୍ରତିନିଧିତ୍ୱ । ଯାହାକୁ ଓଡ଼ିଶା ସରକାର ମଧ୍ୟ ଦାବି କରି ସାରିଛନ୍ତି । ମାତ୍ର କେନ୍ଦ୍ର ସରକାର ଏଥିରେ ମଧ୍ୟ ଅବହେଳା କରୁଛନ୍ତି । ଏ କାର୍ଯ୍ୟକୁ ସରକାର ଗୁରୁତ୍ୱର ସହ ବିଚାର କରିବାକୁ ଶ୍ରୀମତୀ ଆଚାର୍ଯ୍ୟ ଦାବି କରିଛନ୍ତି । ସରକାର ଏ ଦିଗରେ ପଦକ୍ଷେପ ନ ନେଲ ଶ୍ରୀମତୀ ଆଚାର୍ଯ୍ୟ ଦିଲ୍ଲୀଠାରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସ୍ମୃତି କମିଟିର ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟଙ୍କ ପୌରୋହିତ୍ୟ ଆଜି କୁଆଁସ ଗ୍ରାମରେ ଅନୁଷ୍ଠିତ ଏକ ବୈଠକରେ ସାଧାରଣ ସମ୍ପାଦକ ଅଧୀବକ୍ତା କୁଳମଣି ବେହେରା ବିଜୁ ବାବୁଙ୍କ ତିରୋଧାନ ଦିବସରୁ ଏହି କାର୍ଯ୍ୟକ୍ରମକୁ ଜୋରଦାର କରାଯିବାକୁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ଏକ ଅଧୀବକ୍ତା କମିଟି ଗଠନ କରାଯାଇ ଗରିବ, ନିଃସହାୟ, ଆର୍ଥିକ ଦୁର୍ବଳମାନଙ୍କ ପାଇଁ ମାଗଣାରେ ଆଇନ ସହାୟତା ଯୋଗାଇବାକୁ ପ୍ରସ୍ତାବ ନିଆ ଯାଇଥିଲା । ବୈଠକରେ ଡାକ୍ତର ରବିନାରାୟଣ ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.