Home ଜିଲ୍ଲା ପରିକ୍ରମା ବାରିକପୁର ଡିଗ୍ରୀ କଲେଜରେ ଟିକାଉତ୍ôସବ

ବାରିକପୁର ଡିଗ୍ରୀ କଲେଜରେ ଟିକାଉତ୍ôସବ

137

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାରିକପୁର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା (ପୁରୁଷ ଓ ମହିଳା) ଶାଖା ପକ୍ଷରୁ ଟିକାଉତ୍ôସବ ପାଳନ କରାଯାଇଥିଲା । ଏଥିପାଇଁ କଲେଜ ପରିସରରେ ଏକ ସଭା ଅଧ୍ୟକ୍ଷ ରମେଶ ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ସମେତ ସ୍ୱେଚ୍ଛାସେବୀଙ୍କୁ କରୋନା ଟିକା ଗ୍ରହଣ ପାଇଁ ସଚେତନ କରାଯାଇଥିଲା । କଲେଜର ଜାତୀୟ ସେବା ସଂସ୍ତା ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ରିତାଞ୍ଜଳି ପାରମାରିକ, ଅଧ୍ୟାପିକା ଅନୁପମା ତ୍ରିପାଠୀ ଓ ଅଧ୍ୟାପକ ନାରାୟଣ ଚନ୍ଦ୍ର ସେଠୀ ସଚେତନତାମୂଳକ ବକ୍ତବ୍ୟ ରଖିଥିଲେ । ଡେମୋନଷ୍ଟ୍ରେଟର ବିଜୟ କୁମାର ମଲ୍ଲିକ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଛାତ୍ରଛାତ୍ରୀ ଓ ପ୍ରତ୍ୟେକ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ସହ ହାତଧୁଆ ଭଳି ସତର୍କତା ପାଳନ ପାଇଁ ପରାମର୍ଶ ଦେଇଥିଲେ । ୪୫ ବର୍ଷରୁ ଉର୍ଦ୍ଧ ପ୍ରତ୍ୟେକ ବ୍ୟକ୍ତି ଟିକାଗ୍ରହଣ କରିବାକୁ ସଚେତନତା ସୃଷ୍ଟି କରିବାକୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ସୌଭାଗ୍ୟଲକ୍ଷ୍ମୀ ସାହୁ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.