Home ଜିଲ୍ଲା ପରିକ୍ରମା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଙ୍କ ମାଲକାନଗିରି ମୋଟୁ ସୀମାନ୍ତ ଚେକପୋଷ୍ଟ ପରିଦର୍ଶନ

ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଙ୍କ ମାଲକାନଗିରି ମୋଟୁ ସୀମାନ୍ତ ଚେକପୋଷ୍ଟ ପରିଦର୍ଶନ

30

ମାଲକାନଗିରି,୧୫ା୫(ଓଡିଆ ପୁଅ )ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ଦିନିକିଆ ମାଲକାନଗରି ଜିଲ୍ଲା ଗସ୍ତକରି ସୀମାନ୍ତ ମୋଟୁ ଚେକପୋଷ୍ଟ ପରିଦର୍ଶନ କରି କୋଭିଡ ସ୍ଥିତି ଓ ମାଓସମସ୍ୟା ସଂପର୍କରେ ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ହେଲିକେପ୍ଟରରେ ଯୋଗେ ଆଜି ଡିଜିପି ଶ୍ରୀ ଅଭୟ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଶ୍ରୀ ଆର.କେ. ଶର୍ମା ଓ ଆଇଜି ପ୍ରବିଣକୁମାର ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁଥାନା ହେଲିପ୍ୟାଡରେ ପହଁଚି ଥିଲେ । ସେଠାରୁ ସ୍ୱତନ୍ତ୍ର କାର ଯୋଗେ ସଡକ ପଥରେ ମାଓପ୍ରବଣ ଏମଭି୮୮ ଗ୍ରାମ କୁ ଯାଇ ସେଠାରେ ଏକ ନୂତନ ପୁଲିସ ଫାଣ୍ଡି ଉଦଘାଟନ କରି ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ବିଏସଏଫ ଯବାନମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ । ବିଏସଏଫ କ୍ୟାମ୍ପ ଠାରେ କୋଭିଡ ସ୍ଥିତି ଓ ମାଓସମସ୍ୟା ସଂପର୍କରେ ଉଚ୍ଚପୁଲିସଅଧିକାରୀ ,ବିଏସଏଫ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଛନ୍ତି । ପରେ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ,ଓଡିଶା ସୀମାନ୍ତ ୪ଟି ରାଜ୍ୟର ମୁଖ୍ୟପ୍ରବେଶ ଦ୍ୱାରା ମୋଟୁ ଚେକ ପୋଷ୍ଟ ପରିଦଦର୍ଶନ କରିଥିଲେ । ଏହି ଚେକ ପୋଷ୍ଟ ଦେଇ ଘରବାହୁଡା ହେଉଥିବା ପ୍ରବାସୀ ଶ୍ରମିକ ମାନଙ୍କ ସହିତ ଆଲୋଚନା କରିବାସହ ସେଠାରେ ମୂତୟନ ଥିବା ଅଧିକାରୀ ମାନଙ୍କ ସହ କୋଭିଡ ସ୍ଥିତି ଓ ପରିଚାଳନା ସଂପର୍କ ପଚାରିବୁଝିଥିଲେ । ପରେ ୪ଟି ରାଜ୍ୟ ସୀମାନ୍ତ ପ୍ରତିକ ମୁଗିପଏଟଂ ଓ ମଧୂସୁଦନ ପାର୍କ ପରିଦର୍ଶନ କରିଥିଲେ ।ଡିଜିପିଙ୍କ ସହ ମାଲକାନଗରି ଏସପି ରିଶିକେଶ ଡି ଖିଲାରୀ,ପୁଲିସ ଅଧିକାରୀ,ବିଏସଏଫ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ପରିଚାଳନା କ୍ଷେତ୍ରରେ ମାଲକାନଗରି ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱଦେଇଥିବାରୁ ଅନ୍ୟାନ ଜିଲ୍ଲା ତୁଳନାରେ ଏଠାରେ ବହୁତ କମ କରୋନା ସଂକ୍ରମଣ ଦେଖାଦେଇଛି । ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟରେ ଶତାଧିକ ମାଓବାଦୀ କରୋନା ସଂକ୍ରମଣ ହୋଇ କେତେଜଣଙ୍କର ମୃତ୍ୟୁ ଘଟିବାପରେ କିଛି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଠିକ ସେହିପରି ଆନ୍ଦ୍ର ଓଡିଶା ସୀମାନ୍ତ ରେ କିଛି ମାଓବାଦି ମଧ୍ୟ କରୋନା ସଂକ୍ରମଣ ହୋଇଥିବାର ସୁଚନା ମିଳିଛି, ସେମାନେ ମାଓପ୍ରବଣ ଗ୍ରାମଗୁଡିକ ରେ ବୁଲୁଥିବାରୁ ନିରିହ ଗ୍ରାମବାସୀ ସେମାନଙ୍କ ଦ୍ୱାରା କରୋନା ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି , ତେଣୁ ମାଓବାଦୀ ମାନେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେଲେ ସେମାନଙ୍କୁ ମାଗଣାରେ କୋଭିଡ ଟିକା ଦେବା ସହ କରୋନା ଚିକିତ୍ସା ଯୋଗାଇ ଦିଆଯାଇ ସମସ୍ତପ୍ରକାର ସରକାରି ସହାୟତା ଯୋଗାଇ ଦିଆ ଯିବ,ମାଓଦମନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାପୁଲିସ ଉଲେଖ୍ୟନୀୟ ସଫଳତା ହାସଲ କରିଛି ।ଆଗକୁ ମାଓଦମନ ପାଇଁ ଅପରେସନକୁ ଯୋରଦାର କରାଯିବ ଓ ଆବଶ୍ୟକତା ପଡିଲେ ଓଡିଶା ,ଆନ୍ଦ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟ ପୁଲିସର ମିଳିତ ଅପରେସନ ସୀମାନ୍ତ ବର୍ତି ମାଓପ୍ରବଣ ଅଚଂଳରେ ଜାରିରହିବ ବୋଲି ଡିଜିପି ଶ୍ରୀ ଅଭୟ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.