Home କେନ୍ଦୁଝର ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା

40

ହାଟଡିହି- ୫ /୧୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ବିଭିନ୍ନ ସରକାରୀ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରି ଉଚ୍ଚ ପ୍ରସଂଶିତ ହୋଇ ଅବସର ନେଇଥିବା ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ କେ ବାଲିପାଳ ଗୋଷ୍ଠୀ ସାଧନ କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷାବିତ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବାଙ୍ଗୋର ସିଆରସିସି ବସନ୍ତ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ପଢ଼ିଆରିପଲ୍ଲୀ ସିଆରସିସି ରବିନାରାୟଣ ଦାସ ମହାପାତ୍ର, ସମ୍ମାନୀତ ଅତିଥିଭାବେ ଶିକ୍ଷକ ରଙ୍ଗାଧର ଦାସ ମହାପାତ୍ର, ଯୋଗଦେଇ ଅବସର ନେଇଥିବା ପ୍ରଧାନ ଶିକ୍ଷକ ପିତାବାସ ପ୍ରଧାନ ଜଣେ ଶିକ୍ଷକ ନଥିଲେ ସେ ଥିଲେ ଏକ ଅନୁଷ୍ଠାନ, ଯେଉଁ ସ୍କୁଲରେ ସେ ରହି ଆସିଛନ୍ତି ସେ ସବୁ ସ୍କୁଲକୁ ସରଶ ସୁନ୍ଦର କରିତୋଳିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସେ ଜଣେ ପରିବେଶବିତ, କର୍ତ୍ତବ୍ୟ ନିଷ୍ଠ, ସମୟାନୁବର୍ତ୍ତୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ସମଗ୍ର ଜିଲ୍ଲାରେ ପରିଚିତ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଯେଉଁଥିପାଇଁ କି ସେ ପ୍ରକୃତିମିତ୍ର ଓ ସ୍କୁଲ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ହାସଲ କରିଥିଲେ । ଏହି ଅବସରରେ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନଶିକ୍ଷକ ବିଜୟ କୁମାର ନାୟକ, ଶରତ ପଢ଼ିଆରୀ, ଗୋପୀନାଥ ସାହୁ, ଭୀମସେନ ନାୟକ, ମହେଶ୍ୱର ନାୟକ, ବିଜୟ କୁମାର ଧଳ, ଶ୍ରୀଧର ନାୟକ, ମନ୍ଦରଧର ନାୟକ, ବାବୁଲି ମାଣିକ, ଭୀମସେନ ନାୟକ, ଶରତ ଚନ୍ଦ୍ର ନାୟକ, ଚୈତନ ପ୍ରସାଦ ମୁର୍ମୁ, ଚନ୍ଦନ ଶଙ୍ଖୁଆ, କାର୍ତ୍ତକ ଶଙ୍ଖୁଆ, ଜୟରାମ ମାଝୀ, ଚେୟାରମ୍ୟାନ ବାବୁରାମ ମଢ଼େଇ, ପାଣ୍ଡବ ନାୟକଙ୍କ ସମେତ ବହୁ ଅଭିଭାବକ ମଧ୍ୟ ସାମିଲ ହୋଇଥିଲେ । କେ ବାଲିପାଳ ସି.ଆର.ସି.ସି ମଙ୍ଗଳ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.