Home କେନ୍ଦୁଝର ପୁର୍ବତନ ପଶୁଧନ ନିରୀକ୍ଷକଙ୍କ ପରଲୋକ

ପୁର୍ବତନ ପଶୁଧନ ନିରୀକ୍ଷକଙ୍କ ପରଲୋକ

102

ହାଟଡିହି- ୫ /୧୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଭାତକରୁଆ ଗ୍ରାମର ପୁର୍ବତନ ପଶୁଧନ ନିରୀକ୍ଷକ ଶତୃଘ୍ନ ସେଠୀଙ୍କ ୬୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେଲା ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଗତକାଲି ରାତିରେ ତାଙ୍କର ପରଲୋକ ହୋଇଯାଇଛି । ସେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଶୁଧନ କେନ୍ଦ୍ରରେ ସଫଳତାର ସହ କାର୍ଯ୍ୟକରି ପ୍ରସଂଶିତ ହୋଇଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ବ୍ୟକ୍ତି ଭାବରେ ମଧ୍ୟ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶେକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ହାଟଡିହି ବ୍ଲକର ଭାରପ୍ରାପ୍ତ ପଶୁଚିକିତ୍ସା ଅଧିକାରୀ ମାଙ୍ଗଳିକା ରାଉତ, ର୍ପୁବତନ ବିଭିଓ ଗିରିଜା ଶଙ୍କର ମହାନ୍ତି, ବଞ୍ଚୋ ପଶୁଧନ ନିରୀକ୍ଷକ ବିଦ୍ୟାଧର ଦାସ, ତେନ୍ତୁଲିନଣ୍ଡା ପଶୁଧନ ନିରୀକ୍ଷକ ମାଧବାନନ୍ଦ ନାୟକ, ମୁଗୁପୁର ପଶୁଧନ ନିରୀକ୍ଷକ ବିଷ୍ଣୁ ପ୍ରସାଦ ବରାଳ, ବଳରାମ ରାଉତ, ବାପି ମହାରଣା, ଲକ୍ଷ୍ମଣ ରାଉତ, କାହ୍ନୁ ରାଉତ, ମାର୍କଣ୍ଡ ଚରଣ ଓଝା, ସନାତନ ଓଝା, ପ୍ରଧାନ ଶିକ୍ଷୟତ୍ରୀ ଆଲାମଣୀ ସେଠୀ, ଅଜୟ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଳ୍ୟ ଅର୍ପଣ କରିବା ସହିତ ଶେଷଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗାଁ ସ୍ମଶାନକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ଜୟନ୍ତ କୁମାର ସେଠୀ ମୁଖାଗ୍ନି ଦେଇଥିବାବେଳେ ବଡଭାଇ କରୁଣାକର ସେଠୀ, କିର୍ତ୍ତନ ବିହାରୀ ସେଠୀ, ରଜତ ସେଠୀ, ସାନପୁଅ ସୁମନ୍ତ ସେଠୀଙ୍କ ସମେତ ବହୁ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.