Home କୋରାପୁଟ ପ୍ରଧାନ ଶିକ୍ଷକଙ୍କ ଠାରୁ ଝାମ୍ପିନେଲେ ପ୍ରାୟ ଦେଢଲକ୍ଷ

ପ୍ରଧାନ ଶିକ୍ଷକଙ୍କ ଠାରୁ ଝାମ୍ପିନେଲେ ପ୍ରାୟ ଦେଢଲକ୍ଷ

114

କୋରାପୁଟ ; ତା୨୯-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସେମିଲିଗୁଡା ବ୍ଲକ ରେଙ୍ଗା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷଣ ପାଟ୍ଟଶାଣୀଙ୍କ ଠାରୁ ଦୁଇଜଣ ଦୁର୍ବୂତ ଏକଲକ୍ଷ ୪୫ ହଜାର ଟଙ୍କା ଲୁଟି ପଳାଇଛନ୍ତି । ପ୍ରଧାନ ଶିକ୍ଷକ ଟଙ୍କା ନେଇ କୋରାପୁଟରୁ ଫେରୁଥିବା ସମୟରେ ଲାଣ୍ଡିଗୁଡା ନିକଟ ଜବାହର ନବଦୋୟ ବିଦ୍ୟାଳୟ ଛକ ନିକଟରେ ଘଟଣା ଘଟିଥିବା ଜଣା ପଡିଛି । ସୂଚନା ଅନୁଯାୟୀ,ପ୍ରଧାନ ଶିକ୍ଷକ ଓ ତାଙ୍କ ପତ୍ନୀ ସସ୍ମିତା ପାଟ୍ଟଶାଣୀ ଗୁରୁବାର ପୂର୍ବାନ୍ନରେ କୋରାପୁଟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ଛାତ୍ରଛାତ୍ରୀଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ ପାଇ ଏକଲକ୍ଷ ୪୫ହଜାର ଟଙ୍କା ଉଠାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ସ୍ୱାମୀସ୍ତ୍ରୀ ଶାବର ଶ୍ରୀକ୍ଷେତ୍ରରେ ପ୍ରସାଦ ସେବନ କରି କିଛି ସମୟ ବିଶ୍ରାମ ନେବା ପରେ ମୋଟର ସାଇଲକରେ ରେଙ୍ଗା ଫେରୁଥିଲେ । ଟାଉନ ଥାନା ଅଧୀନ ଲାଣ୍ଡିଗଡା ନିକଟ ଜବାହର ନବଦୋୟ ବିଦ୍ୟାଳୟ ଛକ ନିକଟରେ ସେମାନଙ୍କୁ ପିଛା କରି ଅନ୍ୟ ଏକ କଳା ପଲସର ବାଇକରେ ଆସୁଥିବା ଦୁଇଜଣ ଯୁବକ ପଛରେ ବସିଥିବା ସ୍ତ୍ରୀଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ । କ୍ଷତାକ୍ତ ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀ ଘଟଣାସ୍ଥଳରେ ଥିବା ବେଳେ ପଟ୍ଟାଙ୍ଗୀ ବ୍ଲକ ଜଳଛାୟା ବିଭାଗର ପିଆଇଓ ସେମାନଙ୍କୁ କୋରାପୁଟ ଡାକ୍ତରଖାନା ଆଣିଥିଲେ ।କୋରାପୁଟ ଆସିବା ପୂର୍ବରୁ କୋରାପୁଟ ଟାଉନ ପୋଲିସକୁ ସମସ୍ତ ବିଷୟ ଉକ୍ତ ଅଧିକାରୀ ଜଣେଇଥିଲେ ।କୋରାପୁଟ ଡାକ୍ତରଖାନାରେ ପ୍ରାଥମିକ ଚିକିସôା ପରେ ଟାଉନଥାନାରେ ଏକ ଏତାଲା ଦେଇଥିଲେ ।ପୋଲିସ ଏକ କେସ ରୁଜୁ କରିଥିବା ବେଳେ କୋରାପୁଟ ଏସବିଆଇ ଓ ଜଗନ୍ନାଥ ମନ୍ଦିରର ସିସିଟିଭି ଫୁଟେଜ ଯାଂଚ କରାଯାଇ ଦୋଷୀମାନଙ୍କୁ ଚିହ୍ନଟ କରାଯାଇଥିବା କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.