Home କୋରାପୁଟ ଆରଟିଓ ଓ ଏମଭିଆଇ ଛୁଟିରେ ; କାର୍ଯ୍ୟାଳୟ ଅଚଳ !

ଆରଟିଓ ଓ ଏମଭିଆଇ ଛୁଟିରେ ; କାର୍ଯ୍ୟାଳୟ ଅଚଳ !

163

କୋରାପୁଟ ; ତା୨୯-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଆଂଚଳିକ ପରିବହନ କାର୍ଯ୍ୟାଳୟର ଆରଟିଓ ଓ ଏମଭିଆଇ ଛୁଟିରେ ଥିବାରୁ କାର୍ଯ୍ୟାଳୟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି ।ଆରଟିଓ ୩୦ ତାରିଖରେ ଅବସର ନେବାକୁ ଥିବା ବେଳେ ସେ ଏକ ସପ୍ତାହ ହେବ ଛୁଟିରେ ରହିଥିବା ଜଣାପଡିଛି ।ଏମଭିଆଇ ଶୁଭେନ୍ଦୁ ପ୍ରକାଶ ସାହୁ ଦେହ ଅସୁସ୍ଥତା କାରଣରୁ ଛୁଟିରେ ରହିଥିବା ଜଣାପଡିଛିା ।କୋରାପୁଟ ଜିଲ୍ଲାର ଅନେକ ବ୍ୟକ୍ତି ନୂତନ ଗାଡି କ୍ରୟ କରି ପଞିକରଣ ନିମନ୍ତେ ଆଂଚଳିକ ପରିବହନ କାର୍ଯ୍ୟାଳୟ ଆସିଥିବା ସତ୍ୱେ ୨ ଅଧିକାରୀ ଅନୁପସ୍ଥିତ ରହିଥିବାରୁ କାର୍ଯ୍ୟ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଫେରିଯାଉଥିବା ଅଭିଯୋଗ ହେଉଥିବା ବେଳେ ସେପରି କିଛି ଅସୁବିଧା ହେନାହିଁ ବୋଲି ଏଆରଟିଓ ନାରାୟଣ ମିର୍ଦ୍ଧା ପ୍ରକାଶ କରିଛନ୍ତି ।ଏମଭିଆଇ ଛୁଟିରେ ରହିଥିବାରୁ ଗାଡିର ଫିଟନେସ ହୋଇପାରୁ ନ ଥିବା ସେ ସୂଚନା ଦେଇଥିଲେ ।ଫିଟନେସ ପ୍ରମାଣ ପତ୍ର ନ ମିଳିଲେ କିପରି କାର୍ଯ୍ୟ ହେବ ତାହାକୁ ନେଇ ସନେ୍ଦହ ପ୍ରକାଶ ପାଇଛି ।୨ ଜଣ ଅଧିକାରୀ ଛୁଟିରେ ରହିଥିବାରୁ କାର୍ଯ୍ୟାଳୟର କାମ ଉପରେ ପ୍ରଭାବ ପଡୁଥିବାରୁ ତୁରନ୍ତ ସମସ୍ୟା ସମାଧାନ କରିବାକୁ କୋରାପୁଟର ବରିଷ୍ଠ ନାଗରିକ ଭବାନୀ ଶଙ୍କର ମିଶ୍ର ଦାବି କରିଛନ୍ତି । ମୁଁ ଏକ ନୂଆ ଗାଡି କିଣିଛି କିନ୍ତୁ ଏମଭିଆଇ ନ ଥିବାରୁ ଫିଟନେସ ଓ ପଞିକରଣ ହୋଇ ପାରି ନ ଥିବା ସମିର କୁମାର ପାଳ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.