Home କୋରାପୁଟ କୋର୍ଟ ପରିସରରୁ ମହିଳା ଆଇନଜୀବିଙ୍କ ପର୍ସ ଗାଏବ

କୋର୍ଟ ପରିସରରୁ ମହିଳା ଆଇନଜୀବିଙ୍କ ପର୍ସ ଗାଏବ

79

କୋରାପୁଟ ; ତା୨୯-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ କୋର୍ଟ ପରିସରରୁ ଗୁରୁବାର ଜଣେ ମହିଳା ଆଇନଜୀବିଙ୍କ ମନିପର୍ସ ଅଚାନକ ଗାଏବ ହୋଇ ଯାଇଛି । ଉକ୍ତ ପର୍ସରେ ୨୮ହଜାରରୁ ଉଦ୍ଧ୍ୱର୍ ଟଙ୍କା ଥିବାବେଳେ ବହୁ ଖୋଜାଖୋଜି ପରେ ମଧ୍ୟ ପର୍ସ ନମିଳିବାରୁ ମହିଳା ଆଇନଜୀବି ରଶ୍ମିତା ଦାଶ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ,ଶ୍ରୀମତି ଦାଶଙ୍କୁ ଜଣେ ମହକିଲ କେଶ୍ ଫି ବାବଦରେ ୨୮ ହଜାର ଟଙ୍କା ଦେବା ପରେ ସେ ପର୍ସର୍ରେ ରଖିଥିଲେ । ଅନ୍ୟ ଏକ ମାମଲାର ଶୁଣାଣୀ ନିମନ୍ତେ ଡାକରା ଆସିବାରୁ ସେ ବ୍ୟସ୍ତତା ମଧ୍ୟରେ ବିଚାରପତିଙ୍କ ଚାମ୍ବରକୁ ଯାଇଥିଲେ । ତେବେ ସେ ଚାମ୍ବରକୁ ଯିବା ସମୟରେ କିମ୍ବା ବାହାରିବା ପରେ ପର୍ସ କେଉଁଠି ରଖିଥିଲେ ତାହା ତାଙ୍କର ଠିକ ମନେ ପଡୁନଥିବା ଶ୍ରୀମତି ଦାଶ କହିଛନ୍ତି । କୋର୍ଟର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପର୍ସ ନପାଇବା ପରେ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.