Home ଓଡ଼ିଶା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ରାଜ୍ୟପାଳଙ୍କ ନିକଟରେ ଭାଜପାର ଅଭିଯୋଗ

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ରାଜ୍ୟପାଳଙ୍କ ନିକଟରେ ଭାଜପାର ଅଭିଯୋଗ

86

ମାଲକାନଗିରି,୮ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସହିତ ସମଗ୍ର ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ନେଇ ମାଲକାନଗିରି ଜିଲ୍ଲା ଭାଜପା ଦଳ ପକ୍ଷରୁ ସାତଟି ଯାକ ବ୍ଲକର ବିଡିଓ ଓ ବାଲିମେଳା ଏନଏଏସି ନିର୍ବାହି ଅଧିକାରୀ ଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ସକାଳେ ପୁବ ର୍ତନ ସାଂସଦ ତଥା ରାଜ୍ୟ ଭାଜପା ର ଉପସଭାପତି ବଳଭଦ୍ରମାଝିଙ୍କ ନେତୃତ୍ୱରେ କୋରକୁଣ୍ଡା ବ୍ଲକର ବିଡିଓ ଓ ବାଲିମେଳା ଏନଏଏସି ନିର୍ବାହି ଅଧିକାରୀଙ୍କ ଜରିଆରେ ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ନିମନ୍ତେ ରାଜ୍ୟପାଳଙ୍କ ନିକଟକୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରେ ଶ୍ରୀ ମାଝୀଙ୍କ ସହିତ ଜିଲ୍ଲା ଭାଜପା ସଂପାଦକ ଅକ୍ଷୟକୁମାର ବିଶ୍ୱାଳ,ପ୍ରଦୀପ କୁମାର ନାୟକ,ସିମାଚଂଳ ପ୍ରଧାନ,ପୁଣ୍ଣ ର୍ଚନ୍ଦ୍ର ଖରା, ଶୁବାଷିଶ କର, ଗୌରଚଦ୍ର ଖିଲ,ସିମାଚଂଳ ପରିଡା,ସାରଦା ପ୍ରସାଦ ସ୍ୱାଇଁ,ତ୍ରିନାଥ କୁମାର ସାହୁ ପ୍ରମୁଖ ଭାଜପା କର୍ମୀ ମାନେ ଉପସ୍ଥିତ ଥିଲେ । ସୁଚନା ଯୋଗ୍ୟ ଯେ ବାଲିମେଳା ୧ନମ୍ବର ବସ୍ତିର ଚିତ୍ରସେନ ଭତ୍ରା,ବିଶେଷଶୁନି ନାଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତେ ସେମାନଙ୍କୁ କାଯ ର୍୍ୟାଦେଶ ମିଳିନାହିଁ ଓ ୧୨ନମ୍ବର ବସ୍ତିର ମଜୁଂକୁମ୍ଭାର,ସନ୍ତୋଷି ଦିପ,୫ନମ୍ବର ବସ୍ତିର ପଦ୍ମା ନାଗ ଆବାସ ଗୃହ ନିର୍ମାଣ କାମ ସାରିଥିଲେ ମଧ୍ୟ ସୋନଙ୍କୁ ଆଜି ପର୍ଯ୍ୟନ୍ତ ବିଲ ଟଙ୍କା ମିଳିନାହିଁ ବୋଲି ପୁବ ର୍ତନ ସାଂସଦ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଠିକ ସେହିପରି କାଲିମେଳା,ପଡିଆ,ଖଇରପୁଟ,ମାଥିଲି,ମାଲକାନଗିରି ଭିଜପା ମଣ୍ଡଳ କମିଟି ପକ୍ଷରୁ ବିଡିଓ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତିତା ଓ ଦୁର୍ନିତି ସଂପର୍କରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.