Home ଓଡ଼ିଶା ଜିଲ୍ଲାପାଳଙ୍କ ଏୟାଷ୍ଟ୍ରିପ ନିର୍ମାଣ ସ୍ଥଳ ପରିଦର୍ଶନ ବିସ୍ଥାପିତ ପରିବାରଙ୍କ ସହିତ ଆଲୋଚନା

ଜିଲ୍ଲାପାଳଙ୍କ ଏୟାଷ୍ଟ୍ରିପ ନିର୍ମାଣ ସ୍ଥଳ ପରିଦର୍ଶନ ବିସ୍ଥାପିତ ପରିବାରଙ୍କ ସହିତ ଆଲୋଚନା

65

ମାଲକାନଗିରି,୮ା୭ (ଓଡିଆ ପୁଅ )ମାଲକାନଗରି ଜିଲ୍ଲାର ନୂତନ ଜିଲ୍ଲାପାଳ ବିଶାଲ ସିଂ ମାଲକାନଗିରି ବ୍ଲକ କଟେଲଗୁଡା ଗ୍ରାମ ଠାରେ ନିର୍ମାଣଧିନ ଏୟାଷ୍ଟ୍ରିପ ସ୍ଥଳ ପରିଦର୍ଶନ କରି ବିସ୍ଥାପିତ ପରିବାର ଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିଂ ନିର୍ମାଣଧିନ ଏୟାଷ୍ଟ୍ରିପ ସ୍ଥଳରେ ଚାଲିଥିବା କାମ ବୁଲି ଦେଖିଥିଲେ,ବିସ୍ଥାପିତ କଟେଲଗୁଡା ଗ୍ରାମବାସୀ ଙ୍କ ଥଇଥାନ ପାଇଁ ନିର୍ମାଣ କରାଯାଇ ଥିବା ଗୃହ,ରାସ୍ତା ଓ ଅନ୍ୟାନ କାମର ସମୀକ୍ଷା କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ।ବିସ୍ଥାପିତ ପରିବାରଙ୍କୁ ଯେପରି ଖୁବଶିଘ୍ର ଥାଇଥାନ କରାଯାଇ ଗୃହ ଯୋଗାଇଦିଆ ଯିବ ଓ ଏୟାଷ୍ଟ୍ରିପ ନିର୍ମାଣ କାମ କୁ ତ୍ୱରାନିତ କରାଯିବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଡ.ଗୁଣ ନିଧିନାୟକ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଆଜି କୋରକୁଣ୍ଡା ବ୍ଲକ ଗସ୍ତ କରି ସେଠାରେ ଚିଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷାକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.