Home ଜିଲ୍ଲା ପରିକ୍ରମା ଭଦ୍ରକ -ଆନନ୍ଦପୁର ଓ ବନ୍ତ -କେନ୍ଦୁଆପଦା ରାସ୍ତାରେ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ପାଇଁ ଦାବି

ଭଦ୍ରକ -ଆନନ୍ଦପୁର ଓ ବନ୍ତ -କେନ୍ଦୁଆପଦା ରାସ୍ତାରେ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ପାଇଁ ଦାବି

27

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୫୩ ନଂ ଭଦ୍ରକ – ଆନଂଦପୁର ଓ ବନ୍ତରୁ କେନ୍ଦୁଆପଦା ରାସ୍ତାର ମୁଖ୍ୟ ସ୍ଥାନମାନଙ୍କରେ ଯାତ୍ରୀମାନଙ୍କର ସୁବିଧା ପାଇଁ ବିଶ୍ରାମ ଗୃହ ସହ ପାନୀୟଜନ ର ବ୍ୟବସ୍ଥା କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଦୀର୍ଘ ବର୍ଷହେବ ମୁଖ୍ୟ ରାସ୍ତାର ଛକଯାଗା ମାନଙ୍କରେ ଯାତ୍ରୀ ବିଶ୍ରାମ (ୱଟିଂରୁମ୍‌) ନଥିବାରୁ ଯାତ୍ରୀମାନେ ନାନାବିଧ ସମସ୍ୟାରେ ପଡ଼ୁଛନ୍ତି । ଉକ୍ତ ରାସ୍ତାର ମୁଖ୍ୟ ଛକ ଗୁଡ଼ିକରେ ପ୍ରତିଦିନ ସକାଳୁ ରାତ୍ରଯାଏ ହଜାରା ହଜାର ସଂଖ୍ୟାରେ ଯାତ୍ରୀମାନେ ବନ୍ତରୁ ଭଦ୍ରକ,ବନ୍ତରୁ ଆନଂଦ ପୁର ଓ ବନ୍ତରୁ କେନ୍ଦୁଆପଦା ଯିବା ପାଇଁ ବସ୍‌,ଟ୍ରେକର କୁ ଅପେକ୍ଷା କରି ଅପେକ୍ଷା ପାଇଁ ବିଶ୍ରାମ ଗୃହ ନଥିବାରୁ ରାସ୍ତା ପାଶ୍ୱର୍ରେ ଛିଡ଼ା ହେବା ,ଏକମାତ୍ର ଉପାୟ ହୋଇଛି । କିଛିବର୍ଷପୂର୍ବେ ବନ୍ତ ଚିକିତ୍ସାକେନ୍ଦ୍ର ପାଶ୍ୱର୍ରେ ନିର୍ମିତ ହୋଇଥିବା ଅପେକ୍ଷା ଗୃହ ଟିକୁ ଭଦ୍ରକ ଆନନ୍ଦପୁର ରାସ୍ତାର ସଂପ୍ରସାରଣ ପାଇଁ ଭାଙ୍ଗିଦିଆଯାଇଥିଲା । ପରେ ଏକ ନୁତନ ଗୃହ ନିର୍ମାଣ ହୋଇଛି । ଏହା ର ଶୁଭାରମ୍ଭ ହେଲେ ବନ୍ତ ରୁ ବିଭିନ୍ନ ସ୍ଥାନକୁ ଯିବାକୁ ଅପେକ୍ଷାରଣ ଯାତ୍ରୀମାନେ ଉକ୍ତ ସ୍ଥାନରେ ଟିକେ ବିଶ୍ରାମ ନେଇ ସୁଖପ୍ରଦ ଯାତ୍ରା କରିପାରିବେ । ଏଥିସହ ଶ୍ରୀବନ୍ତପୁର,ବସନ୍ତିଆ,ଟିଲୋ,ଛାୟାଳସିଂହ, ଗଣିଜାଙ୍ଗ, ବରପଦା,ରାନ୍ଦିଆ, ଓ କେନ୍ଦୁଆପଦା ରାସ୍ତାର ନିଳୋକ, ସେଣ୍ଢତିରା,ଗୋବିନ୍ଦପୁର,କେନ୍ଦୁଆପଦା, ବାରିକପୁର ଆଦି ସ୍ଥାନ ମାନଙ୍କରେ ବହୁବର୍ଷ ପୁର୍ବେ ନିର୍ମିତ ହୋଇଥିବା ଗୃହ ଗୁଡ଼ିକ କେତେକ ସ୍ଥାନରେ ବ୍ୟବହାର ଅପଯୋଗୀ ହୋଇଥିବା ବେଳେ ଏହାକୁ ନିର୍ମାଣ ଓ ଉପଯୁକ୍ତ ବ୍ୟବହାରପଯୋଗୀ କରିବାସହ ଉକ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି ହେଉଛି । ଅନ୍ୟପକ୍ଷରେ ଆମ୍ବଗଢ଼ିଆଛକରେ ଥିବା ବିଶ୍ରାମ ଗୃହ ଭଗ୍ନ ଅବସ୍ଥାରେ ଥିଲେ ମଧ୍ୟ ଏହାର ନିର୍ମାଣ ହୋଇନି । ଫଳରେ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଯାତାୟତ ପାଇଁ ଅପେକ୍ଷାରତ ଯାତ୍ରୀ ମାନଙ୍କର ବସିବା ପାଇଁ ଗୃହ ନଥିବାରୁ ଦୀର୍ଘ ସମୟଧରିି ଖରା,ବର୍ଷା,ଶୀତ, କାକାର ରେ ରାସ୍ତାପାର୍ଶ୍ୱରେ ଛିଡ଼ା ହେବା କିମ୍ବା କାହା ଦୋକାନରେ ଟିକେ ପାଦ ଦେବା ଏକମାତ୍ର ଉପାୟ ହୋଉଛି । ଆଗକୁ ଗ୍ରୀଷ୍ମ ଋତୁର ଆଗମନ ଥିବାରୁ ମୁଖ୍ୟ ଛକ ଯାଗାମାନଙ୍କରେ ଯାତ୍ରୀମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରିବା ସହ ବିଶୁଦ୍ଧ ପାନୀୟଜଳର ସୁବ୍ୟବସ୍ଥା ପାଇଁ ଯାତ୍ରୀମହଲ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.