Home ଓଡ଼ିଶା  ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କରଡାପଲ୍ଲା ରେ ଚାପା ଉତ୍ତେଜନା… ...

 ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କରଡାପଲ୍ଲା ରେ ଚାପା ଉତ୍ତେଜନା… ରଣପୁର ଥାନା ରେ ଅଭିଯୋଗ

45

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୬- ସରକାର ଅବହେଳିତ ଗ୍ରାମ ଗୁଡିକୁ ଚିହ୍ନଟ କରି ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷଣା କରି ଗ୍ରାମର ବହୁବିଧ ଉନ୍ନତି କରିବା ପାଇଁ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଉନ୍ନତି ମୂଳକ କାର୍ଯ୍ୟ ରେ ଅନାଦର୍ଶ ଦେଖିବାକୁ ମିଳୁଛି । ଏ ନେଇ ଥାନା ମାନଙ୍କରେ ଅଭିଯୋଗ ହେବାରେ ଲାଗିଛି । ଏ ଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କାଣ୍ଡପଡା ଗ୍ରାମ ପଞ୍ଚାୟତ ରେ । ଅନାଦର୍ଶ କାର୍ଯ୍ୟ କୁ ନେଇ ବର୍ତ୍ତମାନର ସରପଞ୍ଚ ପୂର୍ବତନ ସରପଞ୍ଚ ଙ୍କ ନାମରେ ନୟାଗଡ ଜିଲ୍ଲା ରଣପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ କାଣ୍ଡପଡା ଗ୍ରାମପଞ୍ଚାୟତ ର କରଡାପଲ୍ଲା ଅବହେଳିତ ଗ୍ରାମ କୁ ସରକାର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କଲେ । ତା ୧୮/୦୯/୨୦୨୦ ରିଖ ରେ ନୟାଗଡ ଜିଲ୍ଲାପାଳ ଏକ ବୈଠକ ଡକାଇ ସରପଞ୍ଚ  ମଞ୍ଜୁ ବେହେରା ଙ୍କୁ ଅଧକ୍ଷ ରଖି ବିଭିନ୍ନ ବିଭାଗୀୟ ସରକାରୀ ଅଧିକାରୀ ଓ ପାଞ୍ଚ ଜଣ ୱାର୍ଡ ସଭ୍ୟ ଙ୍କୁ ନେଇ ଏକ କମିଟି ଗଠନ କଲେ । ଗ୍ରାମର ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ ଏହି କମିଟି ର ପରାମର୍ଶ ଓ ତତ୍ୱାବଧାନ ରେ କରାଯିବ ବୋଲି କୁହାଯାଇଥିଲା । ପ୍ରଥମ ପର୍ଯ୍ୟାୟ ରେ ଏହି ଗ୍ରାମ କୁ ୧୬ ଲକ୍ଷ ଟଙ୍କା ଗ୍ରାମର ଡ୍ରେନ୍ ଓ ସିମେଣ୍ଟ କଙ୍କ୍ରିଟ୍ ରାସ୍ତା ପାଇଁ ଆସିଅଛି । ଏହି କାର୍ଯ୍ୟର କାର୍ଯ୍ୟାଦେଶ ରଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଦାସ ଙ୍କ ନାମରେ ରହିଅଛି । କାଣ୍ଡପଡା ଗ୍ରାମ ପଞ୍ଚାୟତ ର କନିଷ୍ଠ ଯନ୍ତ୍ରୀ ସିର୍ଦ୍ଧାଥ ରଥ କାର୍ଯ୍ୟର ତଦାରଖ କରିବେ । କାର୍ଯ୍ୟ ଆରମ୍ଭ ହେବା ପାଇଁ ପୂର୍ବତନ ସରପଞ୍ଚ ଙ୍କ ନିର୍ଦେଶ ରେ ଅଧକ୍ଷ ଥିବା ସରପଞ୍ଚ ଙ୍କ ଅଜ୍ଞାତ ରେ ନିର୍ମାଣ ସାମଗ୍ରୀ ଜମା ହେଲା ।

ତେଣୁ ସରପଞ୍ଚ ମଞ୍ଜୁ ବେହେରା ରଣପୁର ବ୍ଲକ ର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ କାର୍ଯ୍ୟ ସର୍ମ୍ପକ ରେ ପଚାରିବାରୁ କିଏ କାର୍ଯ୍ୟ ଆରମ୍ଭ କରୁଛି ଜାଣିନଥିବା କହିଥିଲେ । ତେଣୁ ଜୋର ଜବରଦସ୍ତ କମିଟି ଅଧକ୍ଷ ଙ୍କ ଅଜାଣତ ରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବାରୁ ଅପ୍ରିତିକର ପରିସ୍ଥିତି କୁ ଏଡାଇବା ପାଇଁ ବର୍ତ୍ତମାନର ସରପଞ୍ଚ ତଥା କମିଟି ର ଅଧକ୍ଷ ମଞ୍ଜୁଲତା ବେହେରା ରଣପୁର ଥାନା ରେ ଲିଖିତ ଭାବରେ ଜଣାଇଥିବା ଜଣାପଡିଛି । ଏବଂ ଏ ସର୍ମ୍ପକେ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ନୂଆଦିଲ୍ଲୀ , ରାଜ୍ୟ ମୁଖ୍ୟ ଶାସନ ସଚିବ , ପଞ୍ଚାୟତି ରାଜ ସଚିବ, ନୟାଗଡ ଜିଲ୍ଲାପାଳ ଏବଂ ନୟାଗଡ ପ୍ରକଳ୍ପ ନିର୍ଦେଶକ କୁ ଲିଖିତ ଭାବେ ଜଣାଇଛନ୍ତି । ବର୍ତ୍ତମାନ ର ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଙ୍କ ସମର୍ଥକ ମାନେ ମୁହାଁମୁହିଁ ପରିସ୍ଥିତି ରେ ଥିବା ଜଣାପଡିଛି । ଏ ସର୍ମ୍ପକେ ରଣପୁର ବ୍ଲକ ସହକାରୀ ଯନ୍ତ୍ରୀ ରବି ନାରାୟଣ ସାହୁ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଉନ୍ନତି ମୂଳକ କାର୍ଯ୍ୟ କୁ ନେଇ କରଡାପଲ୍ଲା ଗ୍ରାମରେ ଚାପା ଉତ୍ତେଜନା ଥିବାରୁ କାର୍ଯ୍ୟ କୁ ଏବେ ବନ୍ଦ ରଖାଯାଇଛି । ଏ ସର୍ମ୍ପକେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରେ ଏ ସର୍ମ୍ପକ ରେ ଅଭିଯୋଗ ପାଇଥିବା କଥା କୁ ସ୍ୱୀକାର କରିଛନ୍ତି । ଏବଂ ଗ୍ରାମ କୁ ଯାଇ ଉଭୟ ପକ୍ଷ ଙ୍କୁ ଡକାଇ ଥାନା ରେ ଆଲୋଚନା କରାଯାଉଥିବା କଥା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.