Home କୋରାପୁଟ କୋରାପୁଟ ବ୍ଲକର ନୂତନ ବରିଷ୍ଠ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

କୋରାପୁଟ ବ୍ଲକର ନୂତନ ବରିଷ୍ଠ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

63

କୋରାପୁଟ ୨୩-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକର ନୂତନ ବରିଷ୍ଠ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି ଆଜି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି ।ଏଥିପୂର୍ବରୁ ସେ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।ଓଡିଶା ଶିକ୍ଷା ସେବା ପ୍ରଥମ ଶ୍ରେଣୀ ପାହ୍ୟା କନିଷ୍ଠ ବର୍ଗକୁ  ସେ ପଦୋନ୍ନତି ପାଇ କୋରାପୁଟ ବ୍ଲକର ବରିଷ୍ଠ ଶିକ୍ଷା ଅଧିକାରୀ ଭାବେ ବଦଳି ହୋଇଥିଲେ । ବିଦ୍ୟାଳୟ ଶିକ୍ଷାର ଗୁଣବତାରେ ସୁଧାର ଆଣିବା ପାଇଁ ନିୟମିତ ଓ ନିରନ୍ତର ଭାବେ ପ୍ରୟାସ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।ଶିକ୍ଷା  ବ୍ୟବସ୍ଥାର ଆଭିମୁଖ୍ୟ ହେଉଛି ଶିକ୍ଷଣ ,କେନ୍ଦ୍ର ହେଉଛି ଶିକ୍ଷାର୍ଥି ଏବଂ ହୃଦୟ ହେଉଛି ଶିକ୍ଷକ ବୋଲି ସେ ସୂଚନା ଦେଇଛନ୍ତି ।ନିୟମିତ ଏବଂ ନିରନ୍ତର ଶିକ୍ଷଣକୁ ସୁନିଶ୍ଚିତ କରିବା, ଶିକ୍ଷାର୍ଥିର ନିର୍ମାଣ ଓ ବିକାଶ କରିବା ଏବଂ ଶିକ୍ଷକମାନଙ୍କର ଦକ୍ଷତାର ବିକାଶ କରିବା ତାଙ୍କର ପ୍ରାଥମିକତା ରହିବା ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.