Home କୋରାପୁଟ                  ବୁଧବାର କୋରାପୁଟ ଜିଲ୍ଲାରେ  ୮୧ କରୋନା ଆକ୍ରାନ୍ତ,୧ମୃତ

                 ବୁଧବାର କୋରାପୁଟ ଜିଲ୍ଲାରେ  ୮୧ କରୋନା ଆକ୍ରାନ୍ତ,୧ମୃତ

35

କୋରାପୁଟ ୨୩-୦୬(ଓଡିଆ ପୁଅ /ରଂଜନ ଦାସ) ବୁଧବାର କୋରାପୁଟ ଜିଲ୍ଲାରେ  ୨୯ଜଣ ମହିଳାଙ୍କ ସମେତ  ୮୧ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୫୯୦ରେ ପହଂଚିଛି ।   ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା  ୫୬ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୧୨,  ଜୟପୁର ପୌରାଂଚଳରୁ ୨୨ , ସୁନାବେଡା ପୌରାଂଚଳରୁ  ୩ ଓ କୋଟପାଡ ଏନଏସିରେ ୨ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର  ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର ଏବଂ ସେମିଲିଗୁଡା ବ୍ଲକରେ  ଜଣେ ହେଲେ ପଜିଟିଭ ବାହାରି ନ ଥିବା ଜଣାପଡିଛି ।  ସେହିପରି ବନ୍ଧୁଗାଁ ବ୍ଲକରୁ ୩, ବୈପାରିଗୁଡା ବ୍ଲକରୁ ୧୧,ବୋରିଗୁମ୍ମା ବ୍ଲକରୁ ୫,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୯ ଓ କୋରାପୁଟ ବ୍ଲକରୁ ୨ ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୫,କୁନ୍ଦୁରା ବ୍ଲକରୁ ୨, ନାରାୟଣପାଟଣା ବ୍ଲକରୁ ୨ ଏବଂ ପଟ୍ଟାଙ୍ଗୀ ବ୍ଲକରୁ ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୨  ତାରିଖ ସୁଦ୍ଧା ୩ ଲକ୍ଷ ୪୬ ହଜାର ୫୦୮  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୩ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୬୭୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୫୮ ଟି ସକ୍ରୀୟ କେସ  ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.