Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ

ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ

309

ନୂଆଦିଲ୍ଲୀ,୫ /୦୮:  ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି । ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ପରେ ଏହି ସିସିଏସ ବୈଠକ ଆରମ୍ଭ ହୋଇଯାଇଛି ।

ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଥିବା ବେଳେ କାଶ୍ମୀରକୁ ନେଇ କ୍ୟାବିନେଟରେ ବଡ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ କ୍ୟାବିନେଟ ବୈଠକ ପୂର୍ବରୁ ସବୁ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ସରକାର ଏହି ଆଲର୍ଟ ଜାରି କରିଥିବା ବେଳେ ନିର୍ଦ୍ଦିଷ୍ଟ କିଛି ରାଜ୍ୟକୁ ହାଇଆଲର୍ଟ ଘୋଷଣା କରାଯାଇଛି । ଦଙ୍ଗା ଆଶଙ୍କାରେ ସବୁ ରାଜ୍ୟରେ ଆଡଭାଇଜରି ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.