Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୭୩ଟି ଦୀପ ପ୍ରଜ୍ୱଳନ କରି ଶୁଭକାମନା କଲେ ବିଜେପି ନେତ୍ରୀ ମନସ୍ମିତା

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୭୩ଟି ଦୀପ ପ୍ରଜ୍ୱଳନ କରି ଶୁଭକାମନା କଲେ ବିଜେପି ନେତ୍ରୀ ମନସ୍ମିତା

15

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନରେ ଭଦ୍ରକ ଜଗଦଳପୁର ଠାରେ ଦକ୍ଷିଣଚଣ୍ଡୀ ମନ୍ଦିରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତ୍ରୀ ମନସ୍ମିତା ଖୁଣ୍ଟିଆ ତାଙ୍କ ସମର୍ଥକମାନଙ୍କ ସହିତ ମିଶି ୭୩ଟି ପ୍ରଦୀପ ପ୍ରଜ୍ୱଳନ କରି ଶୁଭକାମନା କରିଛନ୍ତି । ଦେଶର ଯଶସ୍ୱୀ ପ୍ରଧନାମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଆଜି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ଭାରତବର୍ଷଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇ ପାରିଛନ୍ତି । ନରେନ୍ଦ୍ର ମୋଦିଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଶ୍ରୀମତୀ ଖୁଣ୍ଟିଆ ମା’ ଦକ୍ଷିଣଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ପରେ ସମର୍ଥକମାନଙ୍କ ସହ ମିଶି ପ୍ରଦୀପ ଜାଳିଥିଲେ । ଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରିବା ସହିତ ନରେନ୍ଦ୍ର ମୋଦି ଆହୁରି ସୁସ୍ଥ ନିରୋଗ ରହି ଦେଶମାତୃକାର ସେବା କରନ୍ତୁ ବୋଲି ମନାସିଥିଲେ । ଏହି କାର୍ଯ୍ୟକ୍ରମରେ ଅମୂଲ୍ୟ ନାୟକ, ଅନନ୍ତ ବେହେରା, ଶଶୀକୁମାର ସାହୁ, ଦିଲିପ ସାହୁ, ଚନ୍ଦ୍ରନ ନାୟକ, ମଧୁସ୍ମିତା ଦାସ, ପୁଷ୍ପାରାଣି ନାୟକ, କମଳିନୀ ନାୟକ, ଶାନ୍ତିଲତା ସମାଲ, ଉର୍ମିଳା ବାରିକ, ବିଶ୍ୱରଂଜନ ଖୁଣ୍ଟିଆ ପ୍ରମୁ୍‌ଖ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.