Home ଜିଲ୍ଲା ପରିକ୍ରମା ଆଇ.ଟି.ଆଇ. ଚରମ୍ପାରେ ବିଶ୍ୱକର୍ମା ପୂଜା

ଆଇ.ଟି.ଆଇ. ଚରମ୍ପାରେ ବିଶ୍ୱକର୍ମା ପୂଜା

11

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୃଥିବୀକୁ ମହତ୍ତର କରି ତୋଳିଥିବା ଏବଂ ଜୀବନ ଶୈଳୀର ଆଧୁନିକୀକରଣ ଓ ପ୍ରାଚୁର୍ଯ୍ୟରେ ଭରିଥିବା ଶିଳ୍ପ ତଥା ବୈଷୟିକ ଜ୍ଞାନକୌଶଳର ଦେବତା ଏବଂ ବିଶ୍ୱକୁ ନିର୍ମାଣ କରିଥିବା ମହାନ କାରିଗର ବ୍ରହ୍ମସ୍ୱରୂପ ଶ୍ରୀ ଶ୍ରୀ ବିଶ୍ୱକର୍ମା ଦେବଙ୍କ ପୂଜୋତ୍ସବ ଆଇ.ଟି.ଆଇ. ଚରମ୍ପା ଏବଂ ଅବନ୍ତିକା କଲେଜ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଧିପୂର୍ବକ ଘଟୋତ୍ତଳନ, ଆବାହନ, ସଂସ୍ଥାପନ, ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବା ପରେ ପ୍ରସାଦ ସେବନରେ ଛାତ୍ରଛାତ୍ରୀ, କର୍ମଚାରୀ, ଅଭିଭାବକ ଓ ନିମନ୍ତ୍ରିତ ଅତିଥିମାନଙ୍କୁ ଆପ୍ୟାୟିତ କରାଯାଇଥିଲା । ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବଟି ଅନୁଷ୍ଠାନର କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଅକୁଣ୍ଠ ସହଯୋଗ ଫଳରେ ସଫଳ ଭାବେ ରୂପାୟିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.