Home ଓଡ଼ିଶା ପ୍ରଦ୍ୟୁଷଣ ପ୍ରମାଣ ପତ୍ର ପାଇଁ ବାଇକ ଚାଳକଙ୍କ ନାହିଁ ନ ଥିବା ଭିଡ଼

ପ୍ରଦ୍ୟୁଷଣ ପ୍ରମାଣ ପତ୍ର ପାଇଁ ବାଇକ ଚାଳକଙ୍କ ନାହିଁ ନ ଥିବା ଭିଡ଼

624

ବାଲିଗୁଡା, ୨୭/୧୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କେନ୍ଦ୍ର ସରକାର ଆଣିଥିବା ମୋଟର ଯାନ ନିୟମ କୁ ରାଜ୍ୟ ସରକାର ଡିସେମ୍ବର ମାସ ପହିଲାରୁ ପୁଣି କଡାକଡ଼ି କରିବା ପାଇଁ ନିର୍ଦ୍ଧେଶ ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ପ୍ରଦ୍ୟୁଷଣ ପ୍ରମାଣ ପତ୍ର ପାଇଁ ନାହିଁ ନଥିବାଭିଡ଼ ସହ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।ପ୍ରକାଶ ଯେ, ସ୍ଥାନୀୟ ଟାଉନର ପାଟଖଣ୍ଡା ଫୁଏଲସ ପରିସର ମଧ୍ୟରେ କିଛି ଦିନ ହେଲା ପ୍ରଦ୍ୟୁଷଣ ପ୍ରମାଣ ପତ୍ର ପ୍ରଦାନ କରିବା ନିମନ୍ତେ ଏକ କାର୍ଯ୍ୟାଳୟ ଖୋଲାଯାଇଛି ଯାହାକି, ଖୋଲିବା ଦିନ ଠାରୁ ପ୍ରତିଦିନ ଶହଶହ ଜନସାଧାରଣଙ୍କ ଭିଡ଼ ଲାଗି ରହୁଛି। ଜନସାଧାରଣଙ୍କ କହିବା ଅନୁସାରେ ଏହି ପ୍ରମାଣ ପତ୍ର ପାଇବା ପାଇଁ ୨ ମାସ ହେଲା ଫୁଲବାଣୀ ଅଫିସକୁ ଯାଇଯାଇ ଚପଲ ସରିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ହୋଇ ପାରିଲାନାହିଁ। ହେଲେ ଏଇ ଅଫିସ କିଛି ଦିନ ହେଲା ଖୋଲା ଯାଇଛି, ଦେଖା ଯାଉ କ’ଣ ହେଉଛି? ଏହି ଗୋଟିଏ ଅଫିସକୁ ବାଲିଗୁଡା ଉପଖଣ୍ଡର ପାଞ୍ଚଟି ବ୍ଲକର ଲୋକ ଭରସା କରି ଖରାରେ ଧାଡ଼ିରେ ଠିଆ ହୋଇ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏହି ଅଫିସ ଯଦି ପ୍ରତି ବ୍ଲକରେ କରାଯାଏ ତେବେ ଭଲ ହୁଅନ୍ତା ଏବଂ ସରକାର ଏହି ଟ୍ରାଫିକ ନିୟମକୁ ଆଉ କିଛିଦିନ ପାଇଁ କୋହଳ କରନ୍ତୁ ବୋଲି ପ୍ରଦ୍ୟୁଷଣ ପ୍ରମାଣ ପତ୍ରପାଇଁ ଆସି ଥିବା ବହୁ ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.