Home ଓଡ଼ିଶା ବଜ଼ାରରୁ ଚୋରୀ ଅଭିଯୋଗରେ ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ବାଳସୁଧାର ଗୃହକୁ ପଠାଇଲା

ବଜ଼ାରରୁ ଚୋରୀ ଅଭିଯୋଗରେ ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ବାଳସୁଧାର ଗୃହକୁ ପଠାଇଲା

256

ବାଲିଗୁଡା, ୨୭/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ମଲିକଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏସ୍ସି ଏସ୍ଟି ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ରାତିରେ ନିକଟସ୍ଥ ବଜାରରେ ଚୋରି କରିବାବେଳେ ଧରିଥିଲା। ଫୁଲବାଣୀ ପ୍ରଥମଶ୍ରେଣୀ ବିଚାରପତିଙ୍କ ନିକଟରେ ହାଜର ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଏନେଇ ଟିକାବାଲି ଥାନାରେ ନଂ.୧୧୩/୧୯ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରେବତୀ ଶବର କହିଛନ୍ତି। ପ୍ରକାଶ ଯେ, ଲାଇନପଡା ଗ୍ରାମ ପାଖ ବଜାରରୁ ୨ମାସ ହେଲା ବିଭିନ୍ନ ଦୋକାନରୁ ଚୋରି ହେଉଥିଲା। ଏନେଇ ବଣିକସଂଘ ପକ୍ଷରୁ ଲାଇନପଡା ଫାଣ୍ଡିରେ ଏତଲା ହୋଇଥିଲା। ରାତିରେ ବଜାରର ଏକ ସେଲୁନ୍ଓ ଟେଲର ଦୋକାନରୁ ଚୋରି ହୋଇଥିଲା। ଏହାପରେ ସେଠାରେ ହୋମ୍ଗାର୍ଡ ମୁତୟନ ହୋଇଥିଲେ। ରାତିରେ ଉକ୍ତ ୩ ନାବାଳକ ବ୍ରଜେନ୍ଦ୍ରଙ୍କ ଭେରାଇଟ ଷ୍ଟୋରରେ ପଶିଥିବାବେଳେ ଡ୍ୟୁଟିରେ ଥିବା ହୋମ୍ଗାର୍ଡ ଧରିଥିଲେ। ଫାଣ୍ଡି ଏସ୍ଆଇ ମହାଜନ ପ୍ରଧାନ ପହଂଚି ସମସ୍ତଙ୍କୁ ଥାନାକୁ ନେଇଥିଲେ। ସେମାନେ ଚୋରି ସାମଗ୍ରୀ ହଷ୍ଟେଲରେ ରଖିଥିବା ସ୍ବୀକାର କରିଥିଲେ। ଏହାପରେ ବିଦ୍ୟାଳୟ ଛାତ୍ରାବାସରୁ ହୋମ୍ଥିଏଟର, ବିଭିନ୍ନ ଚୋରି ସାମଗ୍ରୀ ସହ ୫୬୦ଟଙ୍କା ପୋଲିସ ଜବତ କରିଥିଲା। ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ରହୁ ନ ଥିବାବେଳେ ଗେଟ୍ରେ ତାଲା ପଡୁ ନ ଥିବାରୁ ଏପରି ଘଟଣା ଘଟିଥିବା ଅଞ୍ଚଳବାସୀ ଓ ବଜାରର ବ୍ୟବସାୟୀମାନେ କହିଛନ୍ତି। ପ୍ରଧାନ ଶିକ୍ଷକ ଗୌରବନ ପ୍ରଧାନଙ୍କୁ ପଚାରିବାରୁ ସେ ବିଦ୍ୟାଳୟରେ ରହୁଛନ୍ତି ଓ ଗେଟ୍ରେ ତାଲା ମଧ୍ୟ ପଡୁଛି। ଛାତ୍ରମାନେ କିପରି ଚୋରିକରି ଆଣିଲେ ସେ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.