Home କନ୍ଧମାଳ ବ୍ଲକ ସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ

ବ୍ଲକ ସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ

371

ବାଲିଗୁଡା, ୨୭/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ତ୍ରିପାଠୀ, ଅତିରିକ୍ତ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ପ୍ରମୁଖ ଯୋଗ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତାସ୍ମିତା ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ। ବାଲିଗୁଡ଼ା ନଗର ଓ ବ୍ଲକ ସ୍ତରୀୟ ପ୍ରତ୍ୟେକ ପଞ୍ଚାୟତରୁ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ନିଜର ବିଜ୍ଞାନ ଓ ଗଣିତ ମାଧ୍ୟମରେ ତିଆରି କରି ଆସିଥିବା ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରି ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ଏହି ପ୍ରତିଯୋଗୀତାରେ ସୁଡ୍ରା ପଞ୍ଚାୟତର ଶିକାଟି ପ୍ରାଥମିକ ବିଦ୍ୟାଳୟ ଓ ରୁତୁଙ୍ଗିଆ ପଞ୍ଚାୟତର ସାମ୍ବୁକିଆ ସ୍କୁଲ ବ୍ରୋଞ୍ଜ ପଦକ ପାଇଥିଲେ।ବାଲିଗୁଡା ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.