Home ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ସୋସିଆଲ ମିଡିଆ ଷ୍ଟ୍ରାଟେଜି ବୈଠକ ଅନୁଷ୍ଠିତ

ପ୍ରଦେଶ ଛାତ୍ର କଂଗ୍ରେସର ସୋସିଆଲ ମିଡିଆ ଷ୍ଟ୍ରାଟେଜି ବୈଠକ ଅନୁଷ୍ଠିତ

36

ଭୁବନେଶ୍ୱର ୮/୧ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ଛାତ୍ର କଂଗ୍ରେସର ସୋସିଆଲ ମିଡିଆ ବିଭାଗର ଏକ ଷ୍ଟ୍ରାଟେଜି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ଶ୍ରୀ ରୋଶନଲାଲ ବିଟୁ ଉପସ୍ଥିତ ରହି ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ର କଂଗ୍ରେସର ଧାରଣା, ବୈଠକ, ସଭା ଓ ଆନ୍ଦୋଳନ ତଥା ନବୀନ ଓ ମୋଦି ସରକାରଙ୍କର ଭ୍ରଷ୍ଟାଚାର, ଦୁର୍ନୀତି, କୃଷକ, ଛାତ୍ର ଓ ଯୁବକ ବିରୋଧି ନୀତି, ମହିଳା ନିର୍ଯ୍ୟାତନା ଏବଂ ମହିଳାମାନଙ୍କର ସୁରକ୍ଷା ପ୍ରତି ଉଦାସୀନତା ସଂପର୍କରେ ସୋସିଆଲ ମିଡିଆ ମାଧ୍ୟମରେ କିପରି ବ୍ୟାପକ ସଚେତନତା ସୃଷ୍ଟି ହୋଇପାରିବ ସେ ଦିଗରେ ଛାତ୍ର କଂଗ୍ରେସ ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି କହିଥିଲେ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଥିଲେ ଯେ ସୋସିଆଲ ମିଡ଼ିଆ ମାଧ୍ୟମରେ ଛାତ୍ର କଂଗ୍ରେସର ବିଳ୍ପବ ହିଁ ପରିସ୍ଥିତିର ପରିବର୍ତାନ କରିପାରିବ। ସୋସିଆଲ ମିଡ଼ିଆ ମାଧ୍ୟମରେ ଛାତ୍ର କଂଗ୍ରେସ ଜାଗରଣ ସୃଷ୍ଟିକରିପାରିବ। ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ ଆମେ ପ୍ରତି ପଂଚାୟତ ଏବଂ କଲେଜ ସ୍ତରରେ ସୋସିଆଲ ମିଡିଆ ସାଥୀ ନିଯୁକ୍ତି ଦେବା ପାଇଁ ଯୋଜନା କରୁଛୁ। ଛାତ୍ର କଂଗ୍ରେସ ସୋସିଆଲ ମିଡିଆରେ ଆଗାମୀ ୧ ବର୍ଷରେ ଏକ ପ୍ରଭାବୀ ଉପସ୍ଥିତି ସୃଷ୍ଟି କରିବ ବୋଲି ସେ କହିଥିଲେ। କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କର ଦେଶ ଗଠନରେ ମହାନ୍ ଭୂମିକା ଓ ତ୍ୟାଗ, ଭାରତ ବର୍ଷର ସ୍ୱାଧୀନତା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତବର୍ଷ ନିର୍ମାଣରେ କଂଗ୍ରେସର ଅବଦାନ ସଂପର୍କରେ ମଧ୍ୟ ଧାରାବାହିକ ଭାବରେ ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ର କଂଗ୍ରେସ ତଥ୍ୟ ଉପସ୍ଥାପନ କରିବ। ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ସାଂପ୍ରଦାୟିକ ଶକ୍ତି ବିରୁଦ୍ଧରେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ର କଂଗ୍ରେସର ସ୍ୱର ଶାଣିତ ହେବ। ଛାତ୍ର କଂଗ୍ରେସର ଏହି ସୋସିଆଲ ମିଡିଆର ଷ୍ଟ୍ରାଟେଜି କାର୍ଯ୍ୟକ୍ରମକୁ ଶ୍ରୀ ନିହାର ରଞ୍ଜନ ବେହେରା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.