Home ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କର୍ମକର୍ତାଙ୍କୁ ଦାୟୀତ୍ୱ ବଂଟନ

ପ୍ରଦେଶ କଂଗ୍ରେସ କମିଟି କର୍ମକର୍ତାଙ୍କୁ ଦାୟୀତ୍ୱ ବଂଟନ

42

ଭୁବନେଶ୍ୱର ୨୩.୧୦ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଦୈନନ୍ଦିନ ସାଂଗଠନିକ କାର୍ଯ୍ୟ ସଂପାଦନ ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ମାନଙ୍କ ମଧ୍ୟରେ ଦାୟୀତ୍ୱ ବଂଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରାଙ୍କୁ ଗଣମାଧ୍ୟମ ବିଭାଗ ଓ ଶିକ୍ଷକ ସେଲ ଦାୟୀତ୍ୱ ଦେଇଥିବା ବେଳେ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କୁ କିଷାନ ଓ କ୍ଷେତମଜଦୁର କଂଗ୍ରେସ ଏବଂ ସଂଖ୍ୟାଲଘୁ ବିଭାଗ, ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମଙ୍କୁ ମହିଳା କଂଗ୍ରେସ, ଶ୍ରୀ ଶିବାନନ୍ଦ ରାୟଙ୍କୁ ଲିଗାଲ ସେଲ, ହ୍ୟୁମାନ ରାଇଟ୍ସ ଏବଂ ନିର୍ବାଚନ କମିଶନ ସମ୍ବଦ୍ଧିୟ କାର୍ଯ୍ୟ ଶ୍ରୀ ସୁରେଶ ମହାପାତ୍ରଙ୍କୁ ଅଣସଂଗଠିତ ଶ୍ରମିକ କଂଗ୍ରେସ, ଶ୍ରୀ ଭୂଜବଳ ମାଝୀଙ୍କୁ ଅନୁସୂଚିତ ଜନଜାତି ବିଭାଗ, ଶ୍ରୀ ଯଜେ୍ଞଶ୍ୱର ବାବୁଙ୍କୁ କାର୍ଯ୍ୟାଳୟ ପ୍ରଶାସନ, ସାଂଗଠନିକ ଓ ସମବାୟ, ଶ୍ରୀ ନକୁଳ ନାୟକଙ୍କୁ ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ, ଡ. ଦେବାଶିଷ ପଟ୍ଟନାୟକଙ୍କୁ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ପଛୁଆବର୍ଗ ବିଭାଗ, ଶ୍ରୀ ସଦନ ନାୟକଙ୍କୁ ପ୍ରଫେସନାଲ କଂଗ୍ରେସ, ଶ୍ରୀମତୀ ରତ୍ନମଣୀ ଉଲ୍ଲାକାଙ୍କୁ ଅନୁସୂଚୀତ ଜାତି ବିଭାଗ ଓ ମତ୍ସ୍ୟ ବିଭାଗ ଏବଂ ଶ୍ରୀମତୀ ସସ୍ମିତା ବେହେରାଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ ଦାୟୀତ୍ୱ ଦେଇଛନ୍ତି ବୋଲି ପିସିସି ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.