Home କୋରାପୁଟ ମହୁମାଛି ଆକ୍ରମଣରେ  ଗୈାଡଗୁଡା ଗ୍ରାମର ନାବାଳିକା ମୃତ

ମହୁମାଛି ଆକ୍ରମଣରେ  ଗୈାଡଗୁଡା ଗ୍ରାମର ନାବାଳିକା ମୃତ

45

କୋରାପୁଟ ୨୩-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କାକିରିଗୁମ୍ମା ଥାନା ଅନ୍ତର୍ଗତ ଗୈାଡଗୁଡା ଗ୍ରାମର ଜଣେ ନାବାଳିକା ମହୁମାଛି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି ।ସ୍ତ୍ରୀ ଓ ୨ଝିଅ ଧାନ କ୍ଷେତକୁ ଯାଇଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲା ବୋଲି  ଲିମ୍ବ ମୁଦୁଲି ପ୍ରକାଶ କରିଛନ୍ତି ।୩ ଜଣଙ୍କୁ କାକିରିଗୁମ୍ମା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।ସ୍ତ୍ରୀ ଚମ୍ପା ମୁଦୁଲିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡାଯାଇଥିବା ବେଳେ ଦୁଇ ଝିଅଙ୍କୁ କୋରାପୁଟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା ବୋଲି ଲିମ୍ବ ସୂଚନା ଦେଇଛନ୍ତି ।କୋରାପୁଟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ରତନି ମୁଦୁଲି ମୃତ୍ୟୁବରଣ କରିଥିବା ଡାକ୍ତର ସୁମନ୍ତ ମାଝି ପ୍ରକାଶ କରିଛନ୍ତି ।ଲକ୍ଷ୍ମି ମୁଦୁଲିଙ୍କୁ କୋରାପୁଟ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିବା ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.