Home କଟକ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଜଙ୍ଗଲୀ ହାତୀ : ବ୍ୟାପକ ଧାନ ଫସଲ ନଷ୍ଟ

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଜଙ୍ଗଲୀ ହାତୀ : ବ୍ୟାପକ ଧାନ ଫସଲ ନଷ୍ଟ

75

କଟକ, ୨୩/୧୦ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି ସକାଳୁ ଏକ ଜଙ୍ଗଲୀ ହାତୀ ରଉପଦ୍ରଵ ଯୋଗୁ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକର ରାମକୃଷ୍ଣପୁର, ଫୋଗଳ ଓ ଜିଗ୍ନୀପୁର ପଂଚାୟତର ଗହୀର ଧାନ ବିଲରେ ହାତୀ ପ୍ରବେଶ କରି ବ୍ୟାପକ ଧାନ ଫସଲ ନଷ୍ଟ କରିଛି। ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏବେ ହାତୀ ସ୍ଥାନୀୟ ହାଡ଼ ଖାଇ ଧାନ ବିଲ ପାଟରେ ଆତଙ୍କ ଖେଳାଇ ଚାଲିଛି।

ଆଜି ସକାଳୁ ସକାଳୁ ଧାନ ବିଲରେ ଜଙ୍ଗଲୀ ହାତୀ ବୁଲୁଥିବା ର ଦେଖି ଲୋକେ ପ୍ରଥମେ ଭୟଭୀତ ହୋଇପଡିଥିଲେ। ହାତୀ ଟି ଛତିଆ ନିକଟସ୍ଥ ଅମରାବତୀ ଜଙ୍ଗଲ ରୁ ଚାଲି ଆସିଥିବା ବନ ବିଭାଗ କହିଛନ୍ତି। ବନବିଭାଗ କୁ ଖବର ଦେବାପରେ ହାତୀ କୁ ଘଉଡେଇ ବାକୁ ଭୁବନେଶ୍ୱର ବନ ସିଟି ଡିଭିଜନ, ଚଣ୍ଡିଖୋଲ ବନ ବିଭାଗ, କଟକ ଉପଖଣ୍ଡ ବନ ବିଭାଗ ଓ ସାଲେପୁର, ନିଶ୍ଚିନ୍ତକୋଇଲି ପୋଲିସ ର କର୍ମଚାରୀ ଓ ଅଫିସରମାନେ ଲାଗିପଡିଛନ୍ତି। ହେଲେ ଧାନ ଗହୀର ରେ ହାତୀ ଏପଟରୁ ସେପଟ ହେଉଥିବା ବେଳେ ଅନ୍ୟତ୍ର ଯିବାର ନାଁ ନେଉନାହିଁ। ହାତୀର ଉପଦ୍ରଵ ଦ୍ଵାରା ଶତାଧିକ ହେକ୍ଟର ଧାନଫସଲ ନଷ୍ଟ ହୋଇ ଯାଇଥିବା ସୂଚନାମିଳିଛି।

କଟକ ଜଙ୍ଗଲ ବିଭାଗ ଏ ସି ଏଫ ଙ୍କ ନେତୃତ୍ୱ ରେ ହାତୀ ଘାଉଡେଇବା କାର୍ଯ୍ୟ ଚଲାଇଥିବା ଜଣାପଡିଛି.ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକମାନେ ହାତୀ ନିକଟକୁ ନଯିବାକୁ ସତର୍କ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.