Home ଓଡ଼ିଶା ପ୍ରଦୀପ ଙ୍କ ଇସ୍ତପା ପରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପବ ର୍

ପ୍ରଦୀପ ଙ୍କ ଇସ୍ତପା ପରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପବ ର୍

62

ମାଲକାନଗିରି,୨୫ା୧୦ (ଓଡିଆ ପୁଅ ) ପୁବ ର୍ତନ ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝିଙ୍କ ଇସ୍ତପାପରେ ମାଲାକନଗିରି ଜିଲ୍ଲା କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପବ ର୍ ଆଜି ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ବିଜେଡି,ବିଜେପି ଓ ବହୁଜନ ସମାଜ ପାର୍ଟୀରୁ ୧୪୫ଜଣ ନେତା ,କର୍ମୀ ମାନେ ସ୍ୱଇଚ୍ଛାରେ ଆଜି କଂଗ୍ରେସ ଦଳରେ ସାମିଲ ହୋଇ କଂଗ୍ରେସର ହାତ ଚିହ୍ନଝଣ୍ଡା ଧରିଥିଲେ । ଏହି ସଭାରେ ଗଜାଂମଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଜେନା,କୋରାପୁଟ ଜିଲ୍ଲା କଂଗ୍ରେସର ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନାତ୍ରୀପାଠୀ ଯୋଗ ଦେଇ କହିଥିଲେ ଗତ କିଛି ଦିନତଳେ କଂଗ୍ରେସ ଦଳଛାଡି ବିଜେଡି ଦଳରେ ଶଙ୍କଫୁଙ୍କିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରଦୀପ ମାଝୀ ଦଳଛାଡିଲେ କଂଗ୍ରେସଦଳ ପାଇଁ କିଛି ଫରକ ପଡିବା ନାହିଁ,ସେ ଦଳ ଛାଡି ଦେବେପରେ ମଧ୍ୟ ଆଜି ବିଜେଡି, ବିଜେପି, ବହୁଜନସମାଜ ପାର୍ଟୀର ନେତା ଓ କର୍ମୀ ମାନେ ବହୁସଂଖ୍ୟାରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ପ୍ରଦୀପ କଂଗ୍ରେସ ଦଳ ପାଇଁ ତାଙ୍କର ପତିଆରା ଥିଲା । ଏହି କଂଗ୍ରେସ ଦଳହିଁ ତାଙ୍କର ରିଚୟ ସୃଷ୍ଟି କରିଥିଲା , ସମୁଦ୍ରରୁ ସଙ୍ଖେପାଣି କିଏ ନେଇଗଲେ ସମୁଦ୍ର ସୁଖି ଯିବ ନାହିଁ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ମାଲା ମାଢୀ,କେଶୁ ରାଓ, ପ୍ରାନମଣ୍ଡଳ, ଜି.ଶ୍ରୀନିବାଶ ରାଓ,ବିନାୟକ ପାତ୍ର,ଚିନ୍ନାରାଓ,ମଙ୍ଗଳା ଗୌଡ,ମଙ୍ଗୁଖିଲ,ଜଗୁଡୁରୁକା ପ୍ରମୁଖ ନେତା ଓ କର୍ମୀ ମାନଙ୍କ ସହ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର,ମାଲକାନଗିରି ଜିଲ୍ଲାର ଶାତଧିକ କଂଗ୍ରେସ ନେତା ଓ କର୍ମୀାନେ ଉପସ୍ଥିତ ଥିଲେ ।ଆଜିର କର୍ମୀ ସମ୍ମଳନୀ ଓ ମିଶ୍ରଣ ପବ ର୍ ପ୍ରଦୀପ ମାଝୀଙ୍କ ଇସ୍ତପା ପରେ କଂଗ୍ରେସ ଦଳ ଶକ୍ତିପ୍ରଦର୍ଶନ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.