Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା କ୍ରିକେଟ୍ ଆସୋସିଏସନ୍ ଏବଂ ଓସିଏ ଆନୁକୂଲ୍ୟରେ ଅମ୍ପାୟାର୍ ଓ ସ୍କୋରର୍‌ମାନଙ୍କ ପାଇଁ ଦ୍ୱିଦିବସୀୟ...

ଭଦ୍ରକ ଜିଲା କ୍ରିକେଟ୍ ଆସୋସିଏସନ୍ ଏବଂ ଓସିଏ ଆନୁକୂଲ୍ୟରେ ଅମ୍ପାୟାର୍ ଓ ସ୍କୋରର୍‌ମାନଙ୍କ ପାଇଁ ଦ୍ୱିଦିବସୀୟ କର୍ମଶାଳା ଅନୁଷ୍ଠିତ

24
????????????????????????????????????

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହଯୋଗରେ ଜିଲ୍ଲାର ଆଗ୍ରହୀ ଅମ୍ପାୟାର୍ ଓ ସ୍କୋରର୍ ମାନଙ୍କ ପାଇଁ ଏକ କର୍ମଶାଳା ହୋଟେଲ୍ ତାରିଣୀ କଣ୍ଟିନେଣ୍ଟାଲ୍ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷକ ରୂପେ ବିସିସିଆଇ ଅମ୍ପାୟାର୍ ଦୁର୍ଗାଦତ୍ତ ଦାସ, ବିସିସିଆଇ ଅମ୍ପାୟାର୍ ପ୍ରୀତିରଂଜନ ବିଜୟ ସିଂ ଅମ୍ପାୟାର୍‌ମାନଙ୍କ ପାଇଁ ଉଦ୍ଦିଷ୍ଟ କର୍ମଶାଳା ପରିଚାଳନା କରିଥିବା ବେଳେ ବିସିସିଆଇ ସ୍କୋରର୍ ବୀରବର ନାୟକ ଏବଂ ବାସୁଶେଖର ସ୍କୋରର୍‌ମାନଙ୍କ ପାଇଁ ଉଦ୍ଦିଷ୍ଟ କର୍ମଶାଳା ପରିଚାଳନା କରିଥିଲେ । ଯମୁନା ସୋରେନ୍‌, ସଂଜୀବ ବେହେରା, ଅବଦୁଲ୍ ରହିମ୍ ଖାନ୍‌, ରଂଜନ କୁମାର ମହାନ୍ତି, ସାର୍ଥକ ରଂଜନ ବିଶ୍ୱାଳ, ରଂଜନ କୁମାର ବେହେରା, ସତ୍ୟନାରାୟଣ ସାବତ, ବ୍ରହ୍ମାନନ୍ଦ ସେଠୀ, ସୁଧାଂଶୁ ଶେଖର ଲେଙ୍କା, ଅଶୋକ କୁମାର ଜେନା, ସନ୍ତୋଷ କୁମାର ସାମଲ୍‌, ବାପୁନ୍ କୁମାର ପାଣି ଓ ରାଜେଶ କୁମାର ବଳ ଅମ୍ପାୟାର୍ କର୍ମଶାଳାରେ ପ୍ରଶିକ୍ଷଣ ନେଇଥିବା ବେଳେ ସି.ଆଶାରାଣୀ, ଶୁଭଶ୍ରୀ ସାହୁ, ସସ୍ମିତା ସାହୁ, ସସ୍ମିତା ଜିଉ, କିଶନ୍ ମନୋହର ମହାନ୍ତି, ସତ୍ୟଜିତ୍ ବେହେରା, ବିନିତ୍ ବୈଠାରୁ, କୁମାର୍ ଅଜୁଂମ୍ ଖାନ୍‌, କର୍ମପଦ ବିନ୍ଧାଣୀ ଓ ଅଭୟାନନ୍ଦ ଦାସ ସ୍କୋରର୍ ପ୍ରଶିକ୍ଷଣ ନେଇଥିଲେ । କର୍ମଶାଳା ଶେଷରେ ସେମାନଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ଯାହାର ଫଳାଫଳ ଏକ ସପ୍ତାହ ମଧ୍ୟରେ ପ୍ରକାଶ କରାଯିବ ଓ ସେମାନେ ଜିଲ୍ଲାସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ପରିଚାଳନା ନିମନ୍ତେ ଯୋଗ୍ୟ ବିବେଚିତ ହେବେ ।

ଏହି କର୍ମଶାଳା ପରିଚାଳନାରେ ଓଡ଼ିଶା କ୍ରିକେଟ୍ ଅଣ୍ଡର୍‌-୧୬ କ୍ରିକେଟ୍ କୋଚ୍ କେ.ଭି.ପ୍ରସାଦ, ଭଦ୍ରକ ଜିଲ୍ଲାର ପ୍ରଶିକ୍ଷକଗଣ, ଯଥା ଚନ୍ଦନ ନାୟକ, ଅସିତ୍ ଦାସ, ରାଜେଶ ନାୟକ, ମୃଣ୍ମୟ ତ୍ରିପାଠୀ ଓ ବରିଷ୍ଠ କ୍ରିକେଟ୍ କ୍ରୀଡ଼ାବିତ୍ ରବିନାରାୟଣ ଓଝା ସହଯୋଗ କରିଥିଲେ । ୨୩ ତାରିଖ ସକାଳ ୮ଟା ୩୦ମିନିଟ୍ ସମୟରେ ଏହି ଦୁଇ କର୍ମଶାଳାର ଏକ ସଂକ୍ଷିପ୍ତ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଉପେନ୍ଦ୍ର ବାରିକ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଧୀରେନ୍ ପଲାଇ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ଏଭଳି କର୍ମଶାଳା ଆୟୋଜନ କରିବାରେ ଭଦ୍ରକ ଓଡ଼ିଶାର ପ୍ରଥମ ଜିଲ୍ଲା ବୋଲି ମନ୍ତବ୍ୟ ଦେଇଥିଲେ । ଉପସଭାପତି ଭବତୋଷ ଦାସ ଓ ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ବିଜୟ କୁମାର ଜେନା କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳତା କାମନା କରିଥିଲେ । ବାସୁଦେବପୁରର ଦେବବ୍ରତ ଦାସ ଓ.ସି.ଏ. ଦ୍ୱାରା ଆୟୋଜିତ ବିଭିନ୍ନ ଟୁର୍ଣ୍ଣାମେଣ୍ଟ୍‌ରେ ଅମ୍ପାୟାର୍ ରୂପେ ଦାୟିତ୍ୱ ତୁଲାଇ ଭଦ୍ରକ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆସୋସିଏସନ୍‌ର କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ସମ୍ପାଦକ ସଂଜୀବ ବେହେରା ଓ ସି.ଇ.ଓ. ସୁବ୍ରତ ବେହେରାଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ ପ୍ରଶିକ୍ଷକ ଓ ଶିବିରାର୍ଥୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ୨୪ ତାରିଖ ସନ୍ଧ୍ୟାରେ ଏହି ଦୁଇ କର୍ମଶାଳା ଉଦ୍‌ଯାପିତ ହୋଇଥିଲା । ଏହି ଅବସରରେ ଟୁର୍ଣ୍ଣାମେଣ୍ଟ୍ କମିଟି ସଦସ୍ୟ ସୁଶିଲ୍ ପଟ୍ଟନାୟକ ଓ ରବିନାରାୟଣ ପାଣିଗ୍ରାହୀ ୟୁନାଇଟେଡ୍ କ୍ଲବ୍‌, ସୂର୍ଯ୍ୟଶିଖା, ସାଳନ୍ଦୀ କ୍ଲବ୍‌, ଜେ.ସି.ସି., ଉତ୍‌କଳିକା ସ୍ପୋଟିଂ, ପୂର୍ବତଟ ରେଳପଥ, ବଙ୍କସାହି ଯୁବକ ସଂଘ, ଚାନ୍ଦବାଲି ସ୍ପୋର୍ଟସ ଏକାଡ଼େମୀ, ଚରମ୍ପା କ୍ରିକେଟ୍ ଏକାଡ଼େମୀ, ମତୋ କଲେଜ ଓ ଚାନ୍ଦବାଲି କଲେଜ ପ୍ରଭୃତି ଭଦ୍ରକ ଜିଲ୍ଲାର ପ୍ରମୁଖ ୧୧ଟି କ୍ରିକେଟ୍ ଟିମ୍ ପାଇଁ ନେଟ୍‌, ବଲ୍ ଓ ଷ୍ଟମ୍ପ୍ ସେଟ୍ ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.