Home ଜିଲ୍ଲା ପରିକ୍ରମା ପ୍ରଥମ ଥର ଲୟର୍ସ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଭଦ୍ରକର ଆଇନ୍‌ଜୀବୀ ସୀମା...

ପ୍ରଥମ ଥର ଲୟର୍ସ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଭଦ୍ରକର ଆଇନ୍‌ଜୀବୀ ସୀମା ମହାପାତ୍ର

14

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଯୁବ ଆଇନ୍‌ଜୀବୀ ସୀମା ମହାପାତ୍ର ୨୦୨୨ ମସିହା ପାଇଁ ଜିଲାର ପ୍ରଥମ ବ୍ୟକ୍ତି ଭାବରେ ସମ୍ମାନ ଜନକ ଲୟର୍ସ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୨୦୨୧ ମସିହାରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦ୍ୱାରା ପ୍ରଦତ୍ତ ଏହି ସମ୍ମାନ ଜନକ ପୁରସ୍କାରକୁ ପ୍ରତି ଜିଲାରୁ ଜଣେ ଲେଖାଏଁ ୩୦ ରୁ ୪୦ ବର୍ଷ ବୟସ ମଧ୍ୟରେ ଜଣେ ଯୁବ ଆଇନ୍‌ଜୀବୀଙ୍କୁ ଆଇନ୍ ସେବା କ୍ଷେତ୍ରରେ ବିଶେଷ ଦକ୍ଷତା ପାଇଁ ପ୍ରଦାନ କରାଯାଇଥାଏ । ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କାର ବିଭିନ୍ନ ଆଇନ୍ ପୁସ୍ତକ, ଉତ୍ତରୀୟ, ମାନପତ୍ର ସହ ଏକ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥାଏ । ମଧୁବାବୁ ଜୟନ୍ତୀ ବା ଆଇନ୍‌ଜୀବୀ ଦିବସ ଦିନ ହାଇକୋର୍ଟ ଦ୍ୱାରା ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ମାନ୍ୟବର ମୁଖ୍ୟ ବିଚାରପତି ଏହି ସମ୍ମାନରେ ସମ୍ମାନିତ କରିଥାନ୍ତି । ଗତବର୍ଷ ଏହି ସମ୍ମାନରେ ସମ୍ମାନିତ ହେବା ପାଇଁ ଭଦ୍ରକ ଜିଲାରୁ କୌଣସି ଆଇନ୍‌ଜୀବୀ ଆବଶ୍ୟକୀୟ ଯୋଗ୍ୟତା ହାସଲ କରିପାରିନଥିଲେ । ତେବେ ୨୦୨୨ ମସିହା ପାଇଁ ଭଦ୍ରକରୁ ସୀମା ମହାପାତ୍ର ଏକମାତ୍ର ଆଇନ୍‌ଜୀବୀ ଭାବରେ ମନୋନୀତ ହୋଇଥିଲେ । ଗତ ଆଇନ୍‌ଜୀବୀ ଦିବସରେ କଟକ ଜୁଡିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ପୁରସ୍କାର ସମାରୋହରେ ସର୍ବୋଚ୍ଚ ଅଦାଲତର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍ ଡଃ ଦୀପକ ମିଶ୍ର ସଭାପତିତ୍ୱ କରିଥିବାବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟୟାଧୀଶ ଜଷ୍ଟିସ ଡଃ ଏସ. ମୁରଲୀଧର, ମାନ୍ୟବର ଜଷ୍ଟିସ୍ ବି. ନରସିଂହା, ମାନ୍ୟବର ଜଷ୍ଟିସ୍ ସଂଗ୍ରାମ କେଶରୀ ସାହୁ, ସର୍ବୋଚ୍ଚ ଅଦାଲତର ବରିଷ୍ଠ ଅଧିବକ୍ତା ଅରବିନ୍ଦ ପି. ଦତ୍ତ, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ଓକିଲ ସଂଘର ସଭାପତି ଧରଣୀଧର ନାୟକ ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ । ଏହି ଉତ୍ସବରେ ୩୦ ଜିଲାରୁ ୩୦ ଜଣ ଆଇନ୍‌ଜୀବୀଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ଉତ୍ତରୀୟ ଓ ପୁରସ୍କାର ପୁସ୍ତକମାନ ପ୍ରଦାନ କରାଯାଇଥିଲା । ଏହି ଉତ୍ସବକୁ ସଂଚାଳନ କରିଥିଲେ ସଇଁତଳାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ମିର୍ଜା ଆସଲାମ ବେଗ୍ ଓ ରାଉରକେଲାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଯଶୋଦା କିଶୋରୀ ବାନି । ହାଇକୋର୍ଟର ସମସ୍ତ ବିଚାରପତିମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଯାଜପୁର ଜିଲା ବଡବରୁହା ଗ୍ରାମର ତ୍ରୈଲୋକ୍ୟ ମହାପାତ୍ରଙ୍କ କନ୍ୟା ଓ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରସଦା ଗ୍ରାମର କିଶୋର କୁମାର ଷଣ୍ଢଙ୍କ ଧର୍ମପତ୍ନୀ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ଭଦ୍ରକ ଓକିଲ ସଦନ ନଳାଙ୍ଗ ଠାରେ ଏକ ନିରାଡମ୍ବର ଉତ୍ସବରେ ସଭାପତି ନିରାକାର ଜେନା, ସଂପାଦକ ଦିବ୍ୟସିଂହ ନାୟକ, ଉପସଭାପତି ମନୋରଞ୍ଜନ ଦାସ, ସହ ସଂପାଦକ ନିକୁଞ୍ଜ କୃଷ୍ଣ ପୁହାଣ, କୋଷାଧ୍ୟକ୍ଷ କିଶୋର ବଳ, ଗିରିଜା ଦାସ, ବିଶ୍ୱଜିତ ରାଉତ, ଅଧିବକ୍ତା ବିଜନ କୁମାର ଜେନା, ଗଦାଧର ବଳ, ରାଧା ଦାସ, ଧୀରେନ୍ଦ୍ର ରାୟ, ଜତିନ କୁମାର ପଣ୍ଡା, ସୌମଭ ଦେ, ସନ୍ତୋଷ କୁମାର ଆଚାର୍ଯ୍ୟ, ବିନୟ କୁମାର ସ୍ୱାଇଁ, ଗିରିଧାରୀ ନାଥ, ପର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.