Home ଜିଲ୍ଲା ପରିକ୍ରମା ପଦୋନ୍ନତି ପାଇଲେ ଜିଲ୍ଳାର ୨୮୮ ଚତୁର୍ଥ ବର୍ଗ ପ୍ରଧାନ ଶିକ୍ଷକ

ପଦୋନ୍ନତି ପାଇଲେ ଜିଲ୍ଳାର ୨୮୮ ଚତୁର୍ଥ ବର୍ଗ ପ୍ରଧାନ ଶିକ୍ଷକ

29

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାଥମିକ ଶିକ୍ଷକ ସଂଘର ଦାବି ଅନୁଯାୟୀ ଜିଲ୍ଲାରେ ମୋଟ ୨୮୮ ଜଣ ଚତୁର୍ଥ ବର୍ଗର ପ୍ରଧାନ ଶିକ୍ଷକ ତୃତୀୟ ବର୍ଗ ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି ପାଇଛନ୍ତି । ସଂଘର ସଭାପତି ବାବୁଲା ରାଉତ ପ୍ରକାଶ କରିଛନ୍ତି ଯେ ଗତ ଫେବୃୟାରୀ ମାସରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା ଶିକ୍ଷକ ମାନଙ୍କର ରେଶିଡେନ୍‌ସି ଅବଧି କୋହଳ କରି ଫାଙ୍କା ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି ଦେବା ପାଇଁ । ତଦନୁଯାୟୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉଦ୍ୟମରେ ଜିଲ୍ଲାରେ ପଦୋନ୍ନତି ପାଇବାକୁ ଯାଉଥିବା ଶିକ୍ଷକ ମାନଙ୍କର ତାଲିକା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପଠାଇବା ପରେ ଗତ ଏପ୍ରିଲ ୨୯ ତାରିଖରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏହାକୁ ଅନୁମୋଦନ କରିଥିଲେ । ଜିଲ୍ଲାରେ ମୋଟ୍ ୨୮୮ ଜଣ ଶିକ୍ଷକ ଏହି ପଦୋନ୍ନତି ପାଇ ପାରିଛନ୍ତି । ଏହା ଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏପ୍ରିଲ ୩୦ ତାରିଖରେ କାଉନସେଲିଂ କରାଯାଇ ଜିଲ୍ଲାର ସମସ୍ତ ସାତଟି ବ୍ଲକରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପଦୋନ୍ନତି ଦିଆଯାଇଛି । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଭଦ୍ରକ ଜିଲ୍ଲା ଏହି ପଦୋନ୍ନତି କାର୍ଯ୍ୟ ସମ୍ପାଦନ କରିପାରିଥିବାରୁ ଜିଲ୍ଲା ଶିକ୍ଷକ ସଂଘ ତରଫରୁ ସମ୍ପାଦକ ମନୋରଞ୍ଜନ ନାୟକ, ସଂଗଠନ ସମ୍ପାଦକ ସମୀର ଜେନା, ସହସଂପାଦକ ରୂପେଶ କୁମାର ସାହୁ, କୋଷାଧ୍ୟକ୍ଷ ଗିରିଧାରୀ ଚଣ୍ଡ, ଉପ ସଭାପତି ଭାସ୍କର ନାୟକ, ତିହିଡି ବ୍ଲକ ସଂଘର ମାୟାଧର ସାହୁ, ରମାକାନ୍ତ ଦାସ, ସସ୍ମିତା ମହାନ୍ତି, ଅରୁଣ ମଲ୍ଲିକ, ରାଜେଶ ଦାସ, ରଞ୍ଜନ ମହାନ୍ତି, ପ୍ରସନ୍ନ ରଥ, ଧର୍ମେନ୍ଦ୍ର ନାରାୟଣ ଜେନା, ସସ୍ମିତା ମଞ୍ଜରୀ ନାୟକ ଓ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ମାନେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର, ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷଧିକାରୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ଓ ସଭାପତି ହୃଦାନନ୍ଦ ଦ୍ୱିବେଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.