Home ଜିଲ୍ଲା ପରିକ୍ରମା ପ୍ରଥମ ଥର ଦୁର୍ଗମ ବଣ୍ଡାଘାଟିରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା

ପ୍ରଥମ ଥର ଦୁର୍ଗମ ବଣ୍ଡାଘାଟିରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା

23

ମାଲକାନଗିରି,୧୬ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ପରିଚିତ ଦୁର୍ଗମ ବଣ୍ଡାଘାଟି ଅଣ୍ଡ୍ରାହଲ ପଚାଂୟତ ଠାରେ ପ୍ରଥମଥର କରି ଏକ ନୂଆ ବିଏସଏଫ କ୍ୟାମ୍ପର ଶୁଭାରମ୍ଭ କରି ତ୍ରୀରଙ୍ଗା ପତକା ଉଡାଇଛନ୍ତି ଏସପି ରିଶିକେଶ ଡି ଖିଲାରୀ । ଦୀର୍ଘ ବର୍ଷ ରୁ ଉର୍ଦ୍ଦହେବ ଏହି ଅଚଂଳରେ ମାଓବାଦୀଙ୍କ ଶାସନ ଚାଲିଥିଲା, ବଣ୍ଡାଘାଟି ର ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଚାୟତ ଉଚ୍ଚ ପହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ପୁଲିସ ସେଠାରେ ପହଁଚିବା କଷ୍ଟକର ବ୍ୟପାର ହୋଇପଡୁଥିଲା, ଏହାର ସୁଯୋଗନେଇ ବଣ୍ଡାଘାଟିରେ ମାଓବାଦୀ ମାନେ ଦୁର୍ଗବନାଇ ସେଠାରେ ସେମାନଙ୍କ ଆଶ୍ରୟସ୍ଥଳି କରି କିଛି ନା କିଛି ହିଂସାକାଣ୍ଡ ଘଟାଇ ପୁଲିସର ମୁଣ୍ଡବଥାର କାରଣ ହେଉତିଲେ । ଏହାକୁ ଆଖିଆଗରେ ରଖି ବଣ୍ଡାଘାଟିରେ ମାଓଦମନ ସହ ମାଓମୁକ୍ତ କରିବା ସଂଙ୍କଳ୍ପ ନେଇ ସେଠାରେ ଆଜି ଏକ ୧୫ନମ୍ବର ବାଟେଲିୟନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା କରାଯାଇଛି । ଏହି ବିଏସଏଫ କ୍ୟାମ୍ପପ୍ରତିଷ୍ଟାକୁ ଦୁର୍ଗମ ବଣ୍ଡାଘାଟିର ଆଦିମ ବଣ୍ଡା ଜନଜାତୀ ମାନେ ସ୍ୱାଗତ ଜଣାଇଛନ୍ତି । ପୁଲିସ ଓ ବିଏସଏଫ କ୍ୟାମ୍ପକୁ ମାଓବାଦୀ ମାନେ ବିରୋଧ କରିଆସୁଥିବା ବେଳେ ବଣ୍ଡାଘାଟି ଅଣ୍ଡ୍ରାହଲ ଠାରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା କାରଯାଇ ତ୍ରୀରଙ୍ଗା ପତାକା ଉଡାଇ ରେକର୍ଡ ସୃଷ୍ଟିକରିଛନ୍ତି ପୁଲିସ ଓ ବିଏସଏଫ ଅଧିକାରୀ ମାନେ । ଆଗରୁ ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟ ବଡପଡା,କୁନ୍ତୁରପଦର, ଜାନବାଇ,ଜନ୍ତାପାଇ,ଜୋଡାଆମ୍ବ,ହନ୍ତାଳଗୁଡା,ଗୋରାସେତୁ ସହିତ ଅନ୍ୟନ ମାଓପ୍ରବଣ ଅଚଂଳରେ ବିଏସଏଫ କ୍ୟାମ୍ପ ଖୋଲା ଯାଇଥିଲା । ଆଜି ଦୁର୍ଗମ ବଣ୍ଡାଘାଟି ଠାରେ ଆଉଏକ ନୂତନ ବିଏସଏଫ କ୍ୟାମ୍ପ ଖୋଲା ଯାଇ ସେଠାରେ ବିଏସଏଫ ଯବାନ ମାନଙ୍କୁ ମୂତୟନ କରାଯାଇଥିବାରୁ ବଣ୍ଡାଘାଟିରେ ଉନ୍ନୟନ କାର୍ଯ୍ୟ ତ୍ୱରାନିତ ହେବାସହିତ ସେଠାରେ ମାଓଦମନକୁ ଯୋରଦାର କରାଯାଇପାରିବ ।ବଣ୍ଡାଘାଟି ଅଣ୍ଡ୍ରାହଲ ପଚାଂୟତଟି ଆନ୍ଦ୍ର ସୀମାନ୍ତକୁ ଲାଗିଥିବାରୁ ତାହା ମାଓଗଡ ଭାବେ ପରିଚିତ ଥିବାରୁ ସେଠାରେ ମାଓବାଦୀଙ୍କ ଭୟରେ ଉନ୍ନୟନ କାମରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା, କିଛି ଗ୍ରାମବାସୀ ଙ୍କୁ ମାଓବାଦୀ ମାନେ ପୁଲିସ ଇନଫରମୋର କହି ହତ୍ୟାକରିବା ସେଠାରେ ରାଜଚଳାଇଥିଲେ । ନୂତନ ବିଏସଏଫ କ୍ୟାମ୍ପ ହେବାଦ୍ୱାରା ମାଓସମସ୍ୟା ଦୁରହେବାସହିତ ବଣ୍ଡାଘାଟି ଅପହଚଂ ସରକାରି ଯୋଜନା ଠିକଭାବେ ପହଁଚି ଗ୍ରାମବାସୀ ମାନେ ତାର ସୁଫଳ ପାଇପାରିବେ ବୋଲି ଆଶାପ୍ରକଟ କରିଛନ୍ତି ଦୁର୍ଗମ ବଣ୍ଡାଘାଟି ଅଚଂଳ ବାସୀ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.