Home ଜିଲ୍ଲା ପରିକ୍ରମା ପ୍ରଥମ ତ୍ରୈମାସିକରେ ଆଦାନୀ ପୋର୍ଟର ସର୍ବାଧିକ ଅଭିବୃଦ୍ଧି

ପ୍ରଥମ ତ୍ରୈମାସିକରେ ଆଦାନୀ ପୋର୍ଟର ସର୍ବାଧିକ ଅଭିବୃଦ୍ଧି

12

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ପ୍ରଥମ ତ୍ରୈମାସିକ ଫଳାଫଳ ପ୍ରକାଶ କରିଛି । ଏପ୍ରିଲରୁ ଜୁନ ଶେଷ ମଧ୍ୟରେ କମ୍ପାନୀ ସର୍ବାଧିକ ଅଭିବୃଦ୍ଧି କରିଛି । ଗତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କାର୍ଗୋ ପରିବହନ ୪୧ ଏମଏମଟି ଥିବାବେଳେ ଚଳିତବର୍ଷ ୮୩ ପ୍ରତିଶତ ବୃଦ୍ଧି ଘଟି ୭୬ ଏମଏମଟି ଛୁଇଁଛି । ବିଭିନ୍ନ ବନ୍ଦର ଗୁଡିକରେ ମଲ୍ଟିକମୋଡିଟି ପରିଚାଳନା ଉପରେ କ୍ରମାଗତ ଗୁରୁତ୍ୱ ଦିଆଯିବା ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଶୁଖିଲା କାର୍ଗୋରେ ୧୦୪ ପ୍ରତିଶତ, କଂଟେନରରେ ୬୯ ପ୍ରତିଶତ, ତରଳ ପଦାର୍ଥରେ ୫୭ପ୍ରତିଶତ ବୃଦ୍ଧି ସହ ଏଲଏନଜି ଓ ଏଲପିଜିକୁ କାର୍ଗୋ ଉତ୍ପାଦରେ ସାମିଲ କରାଯାଇପାରିଛି । ସାମଗ୍ରିକ ବଜାର ତୁଳନାରେ କାର୍ଗୋ ଭଲ୍ୟୁମରେ ଅଧିକ ଅଭିବୃଦ୍ଧି କାରଣରୁ ବଜାର ଅଂଶରେ ୩୧୦ ବିପିଏସ୍ ଲାଭ କରିଛି, ଯାହାଏବେ ୨୮.୬ ପ୍ରତିଶତରେ ପହଁଚିଛି । ବନ୍ଦରରେ ମାଲ ପରିବହନ ୮୩ ପ୍ରତିଶତ, ରେଳ ଭଲ୍ୟୁମରେ ୧୦ ପ୍ରତିଶତ ଓ ଟର୍ମିନାଲ ଭଲ୍ୟୁମରେ ୧୩ ପ୍ରତିଶତ ବୃଦ୍ଧି ହେତୁ ଏକତ୍ରିତ ରାଜସ୍ୱ ୯୯ ପ୍ରତିଶତ ବୃଦ୍ଧି ପାଇଛି । ମୁନ୍ଦ୍ରା, ଧାମରା, ହାଜିରା, କଟୁପଲ୍ଲୀ ବନ୍ଦର ମଧ୍ୟ ଉଚ୍ଚ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛନ୍ତି । ବନ୍ଦର ରାଜସ୍ୱ ୭୫ ପ୍ରତିଶତ ବୃଦ୍ଧି ପାଇଁ ୩୩୩୯ କୋଟିରେ ପହଁଚିଛି । ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ କରଣ ଆଦାନୀ କହିଛନ୍ତି, ପୂର୍ବ ଓ ପଶ୍ଚିମ ଉପକୂଳରେ ମାଲ ପରିବହନକୁ ସନ୍ତୁଳିତ କରିବା ପାଇଁ ବିଶ୍ୱସ୍ତରୀୟ ବନ୍ଦରର ପ୍ରତିଷ୍ଠା କରିବାର ରଣନୀତିକୁ ଯୋଜନା ଅନୁଯାୟୀ ସଠିକ୍ ଭାବେ କାର୍ଯ୍ୟକରୁଛି, ଯାହାଦ୍ୱାରା ଆମର ଅଭିବୃଦ୍ଧି ବିପଦ ମୁକ୍ତ ରହିବା ସହ ଏକ ବ୍ୟାପକ ଲଜିଷ୍ଟିକ୍ ପ୍ଲାଟଫର୍ମର ଭକ୍ଟଚ୍ଛକ୍ଟ ପ୍ରସ୍ତର ସ୍ଥାପନ କରିବ । ଏହା ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍‌ର ବଜାର ଅଂଶଧନକୁ ବୃଦ୍ଧି କରିପାରିଛି । ତେଣୁ ଆମର କାର୍ଗୋ ଭଲ୍ୟୁମ୍ ବୃଦ୍ଧି କରି ୩୫୦-୩୬୦ ଏମଏମଟିରେ ପହଁଚାଇବାକୁ ଲକ୍ଷ୍ୟ ରଖିଛୁ, ଯାହା ଆମର ବାର୍ଷିକ ଅଭିବୃଦ୍ଧିକୁ ୪୫ ପ୍ରତିଶତ ବୃଦ୍ଧିକରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.