Home ଜିଲ୍ଲା ପରିକ୍ରମା ଋକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ ଯୁବ ରକ୍ତଦାତା

ଋକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ ଯୁବ ରକ୍ତଦାତା

22

କୋରାପୁଟ ୦୬-୦୮(ଓଡିଆ ପୁଅ / ରଂଜନ ଦାସ)କୋରାପୁଟ ଜିଲ୍ଲାର ନିଶାମାନିଗୁଡା ଗ୍ରାମର ପିଙ୍କି ହନ୍ତାଲଙ୍କ ଜୀବନ ରକ୍ଷା ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଡାକ୍ତରମାନେ ଏକ ଜଟିଳ ଅସ୍ତ୍ରୋପଚାର କରିଥିଲେ ।ଏଥି ନିମନ୍ତେ ଏବି ପଜିଟିଭ ଗ୍ରୁପ ରକ୍ତର ନିହାତି ଆବଶ୍ୟକତା ଥିଲା ।କୋରାପୁଟ ରକ୍ତଭଣ୍ଡାରରେ ଉକ୍ତ ଗ୍ରୁପର ରକ୍ତ ମହଜୁଦ ନ ଥିବା ବେଳେ ଜିଲ୍ଲା ରକ୍ତଦାତା ଓ ଫୋରମର ସକ୍ରୀୟ ସଦସ୍ୟ ନବୀନ କୁମାର ଚୈାଧୁରୀଙ୍କ ପ୍ରଚେଷ୍ଟା ଯୋଗୁଁ କାଟିଆଗୁଡା ଗ୍ରାମର ଗଣେଷ ମାଝି ଏବଂ ନିଶାମାନିଗୁଡାର ଗୋବର୍ନ୍ଧନ ମୁଦୁଲି କୋରାପୁଟ ହସପିଟାଲ ଯାଇ ରକ୍ତଦାନ କରି ମହିଳାଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲେ ବୋଲି ଜଣାପଡିଛି । ଗ୍ରାମାଂଚଳର ଦୁଇ ରକ୍ତଦାତା ଏବଂ ପ୍ରବର୍ତକ ଏଭଳି ମାନବୀୟ ପ୍ରୟାସକୁ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମ ପକ୍ଷରୁ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.