Home ଜିଲ୍ଲା ପରିକ୍ରମା ପୁଣି ୨୬୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ

ପୁଣି ୨୬୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ

19

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଏବେ ଧଳା ଜହର ରୂପୀ ବ୍ରାଉନସୁଗାରର ଭୂସ୍ୱର୍ଗ ପାଲଟିଥିବାବେଳେ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ପୁରୁଣାବଜାର ଭଳି ୩ଟି ସଦର ଥାନା ଏହି ମାଫିଆଙ୍କର ଅମରାବତୀ ହୋଇଛି । କାହିଁକିନା ସପ୍ତାହର ଚଳିତ ବର୍ଷକ ମଧ୍ୟରେ ଦିନେ ଛାଡି ଦିନେ ଏହି ଜହରକୁ ପୁଲିସ୍ ଜବତ କରୁଛି । ଗତକାଲି ୧୦.୩୦ ସମୟରେ ପୁରୁଣାବଜାର ଥାନା ପୁଲିସ୍ କୋଭିଡ୍‌-୧୯ ଜନିତ ଏନଫୋର୍ସ ଡ୍ୟୁଟି କରୁଥିବାବେଳେ ସନ୍ଥିଆ ବ୍ରିଜ୍ ନିକଟ ନଙ୍ଗାମହଲାରୁ ଏକ ନମ୍ବର ବିହୀନ ମୋଟର ସାଇକେଲ୍‌ରେ ୨୬୦ ଗ୍ରାମ ବ୍ରାଉନସୁଗାର ଆଣୁଥିବା ଦୁଇଜଣ ଯୁବକକୁ ଗିରଫ କରିଥିଲେ । ଏ ସଂପର୍କରେ ଆଜି ପୁରୁଣାବଜାର ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସାର୍ଥକ ରାୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ନଙ୍ଗାମହଲା ଗ୍ରାମର ସାହେନବାଜ ଖାନ୍‌ଙ୍କ ପୁତ୍ର ଆଝାରୁଦ୍ଧିନ୍ ଖାଁ ଓରଫ ଆଝାର (୨୫) ଓ ଧନାଟୋଲା ନୟାନଗର ଗ୍ରାମନିବାସୀ ସେକ୍ କଲିମୁଦ୍ଦିନ୍‌ଙ୍କ ପୁତ୍ର ସାଦାବ କାଦ୍ରୀ ଓରଫ ମୁନ୍ନା (୧୯), ୨୬୦ ଗ୍ରାମର (୨୬ ଲକ୍ଷ ଟଙ୍କା) ର ବ୍ରାଉନସୁଗାରକୁ ଏକ ନମ୍ବର ବିହୀନ ହିରୋ ଆଇସ୍ମାର୍ଟ ମୋଟରସାଇକେଲ୍‌ରେ ଭଦ୍ରକରୁ ନଙ୍ଗାମହଲାକୁ ଆଣୁଥିବା ସମୟରେ ଏନଫୋର୍ସମେଣ୍ଟ ଟିମ୍ ହାତରେ ଧରାପଡିଥିଲା । ସେମାନଙ୍କ ନିକଟରୁ ପୁଲିସ୍ ବ୍ରାଉନସୁଗାର ସହ ନଗଦ ୧୭ ଶହ ଟଙ୍କା, ବ୍ରାଉନସୁଗାର ବନ୍ଧାଯାଇଥିବା ଖାଲି ପୁଡିଆ ଓ ଆଧାରକାର୍ଡକୁ ଜବତ କରିଥିବାବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.