Home କେନ୍ଦୁଝର କୁରାଢ଼ିଘସାରେ ବିଶ୍ୱ ପରିବେଶ ଦିବସ ପାଳିତ

କୁରାଢ଼ିଘସାରେ ବିଶ୍ୱ ପରିବେଶ ଦିବସ ପାଳିତ

78

ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶ୍ୱ ପରିବେଶ ଦିବସରେ ପ୍ରକୃତିବନ୍ଧୁ ଶିକ୍ଷକ ବିଶ୍ୱରଞ୍ଜନ ବେହେରାଙ୍କ ସଂଯୋଜନାରେ କୁରାଢ଼ିଘସା ମଧ୍ୟ ଇଂରାଜି ବିଦ୍ୟାଳୟ ପରିସରରେବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବାସହ ବର୍ଷା ଋତୁରେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ପାଇଁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି । ସାରା ଦେଶରେ ଅମ୍ଳଜାନ ପାଇଁ ହା ହା କାର ପଡିଥିବାବେଳେ ବୃକ୍ଷରୋପଣ କରି ପ୍ରାକୃତିକ ଅମ୍ଳଜାନ ସଞ୍ଚୟ ପାଇଁ ସମାଜକୁ ବାର୍ତ୍ତା ଦେଇଛନ୍ତି । ବୃକ୍ଷ ଆମକୁ ଖାଦ୍ୟ, ବସ୍ତ୍ର, ପାନୀୟଜଳ, ବାସଗୃହ ଯୋଗାଇବାରେ ସହାୟକ ହେବା ସହିତ ଔଷଧ, ଅମ୍ଳଜାନ, ବଣଜଂଗଲରୁ ବହୁ ଜୀବନରକ୍ଷାକାରୀ ଦ୍ରବ୍ୟମିଳିଥାଏ । ପୃଥିବୀ ଉତପ୍ତୀକରଣ, ଜଳବାୟୁ ପରିବର୍ତ୍ତନ ପାଇଁ କୃଷି ଉତ୍ପାଦନ ବାଧାପ୍ରାପ୍ତ ହେଉଥିବାରୁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇଲେ ଆମଠାରୁ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀମାନେ ଅନୁକରଣ କରିବା ସହିତ ସେମାନଙ୍କୁ ପ୍ରେରଣା ମିଳିପାରିବ । ଆଜିର ଏହି କାର୍ଯ୍ୟକ୍ରମରେ ହଦଗଡ ବନାଞ୍ଚଳ ଅଧିକାରୀ ସୁମିତ ମହାନ୍ତି, ବନପାଳ କେଦାର ପାତ୍ର, ବିଶ୍ୱ ପରିବେଶ ଦିବସରେ ଚାରା ଯୋଗାଇବା ସହିତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କେନ୍ଦୁଝର ବଞ୍ଚାଅ ମଞ୍ଚର ସ୍ୱେଚ୍ଛାସେବୀ ନକୁଳ ଚରଣ ବେହେରା, ଗ୍ରୀନ ଓଡିଶାର ବିଶ୍ୱଜିତ ବେହେରା, ନିରୋଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ବନମାଳୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.