Home ଜିଲ୍ଲା ପରିକ୍ରମା ପ୍ରଥମଥର ସୁପରଷ୍ଟାର ଆୱାର୍ଡ ସହ ମିଳିଲା ୩୯ଟି ପୁରସ୍କାର

ପ୍ରଥମଥର ସୁପରଷ୍ଟାର ଆୱାର୍ଡ ସହ ମିଳିଲା ୩୯ଟି ପୁରସ୍କାର

91

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସେବା ସହ ସାମାଜିକ କାର୍ଯ୍ୟରେ ନିଜର ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ରୋଟାରୀ କ୍ଲବ୍‌ର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସମଗ୍ର ରାଜ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ୧୧୨ ଟି ରୋଟାରୀ କ୍ଲବ୍ କାର୍ଯ୍ୟ କରୁଛି। ତେବେ ସର୍ବତୋକୃଷ୍ଟ କାର୍ଯ୍ୟ ପାଇଁ ପ୍ରତିବର୍ଷ ଏହି ରୋଟାରୀ କ୍ଲବ୍ ମଧ୍ୟରୁ ଗୋଟିଏକୁ ସୁପରଷ୍ଟାର ଆୱାର୍ଡ ପ୍ରଦାନ କରାଯାଇଥାଏ। ଏହିକ୍ରମରେ ଚଳିତବର୍ଷ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭଦ୍ରକ ରୋଟାରୀ କ୍ଲବ୍‌କୁ ରାଜ୍ୟର ୧ ନଂ ଭାବେ ‘ସୁପରଷ୍ଟାର’ ଆୱାର୍ଡ ପ୍ରଦାନ କରାଯାଇଛି। ଏଥିସହ ଭଦ୍ରକ ରୋଟାରୀ କ୍ଲବ୍‌ର ସଭାପତି ରୋଟାରିଆନ୍ ଇନ୍ଦ୍ରଜିତ୍ ସାହୁଙ୍କୁ ‘ସୁପରଷ୍ଟାର ସଭାପତି’ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରଥମଥର ପାଇଁ ଭଦ୍ରକ ରୋଟାରୀ କ୍ଲବ୍ ଓ ଏହାର ସଭାପତିଙ୍କୁ ଏଭଳି ଆୱାର୍ଡ ମିଳିଛି, ଯାହା ସଭାପତି ଶ୍ରୀ ସାହୁଙ୍କ ବଳିଷ୍ଠ ପରିଚାଳନା ଓ କ୍ଲବ୍ ସଦସ୍ୟଙ୍କ ସହଯୋଗ ପାଇଁ ସଫଳ ହୋଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଏଥିସହ ବିଭିନ୍ନ କ୍ଷେତ୍ରରେ ଭଦ୍ରକ ରୋଟାରୀ କ୍ଲବ୍‌ର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଏକାଧାରାରେ ୩୯ଟି ପୁରସ୍କାର ପ୍ରଦାନ କରାଯାଇଛି। ଯାହା ଏହି କ୍ଲବ୍ ପାଇଁ ପ୍ରଥମ। ଭୁବନେଶ୍ୱରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏ ସମସ୍ତ ପୁରସ୍କାର କ୍ଲବ୍‌ର ସଭାପତି ଶ୍ରୀ ସାହୁ ଓ ସଦସ୍ୟମାନେ ଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ୨୦୧୭-୧୮ ବର୍ଷରେ ଭଦ୍ରକ ରୋଟାରୀ କ୍ଲବ୍‌ର ସଂପାଦକ ଥିବାବେଳେ ଶ୍ରୀ ସାହୁଙ୍କୁ ମଧ୍ୟ ରାଜ୍ୟରେ ନଂ ୧ ସଂପାଦକ ଭାବେ ସୁପରଷ୍ଟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ଚଳିତବର୍ଷ ପୁଣିଥରେ ସୁପରଷ୍ଟାର କ୍ଲବ୍ ଓ ସୁପରଷ୍ଟାର ସଭାପତି ଭାବେ ଆୱାର୍ଡ ମିଳିବା ନିଶ୍ଚିତ ଭାବେ ଭଦ୍ରକ ରୋଟାରୀ କ୍ଲବ୍‌ର ମହନୀୟ କାର୍ଯ୍ୟ ଓ କ୍ଲବ୍‌ର ସଭାପତି ଶ୍ରୀ ସାହୁଙ୍କ ପ୍ରଶଂସନୀୟ ପରିଚାଳନା ଯୋଗୁଁ ସଫଳ ହୋଇପାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.