Home ଜିଲ୍ଲା ପରିକ୍ରମା ୩ ଦିବ୍ୟାଙ୍ଗ ଛୁଆଁଙ୍କ ପିତା ସନ୍ତୋଷ ଜିଲାପାଳଙ୍କୁ ଭେଟିଲେ, ଆର୍ଥିକ ସହାୟତା ଯୋଗାଇଦେବାର ମିଳିଲା ପ୍ରତିଶ୍ରୁତି

୩ ଦିବ୍ୟାଙ୍ଗ ଛୁଆଁଙ୍କ ପିତା ସନ୍ତୋଷ ଜିଲାପାଳଙ୍କୁ ଭେଟିଲେ, ଆର୍ଥିକ ସହାୟତା ଯୋଗାଇଦେବାର ମିଳିଲା ପ୍ରତିଶ୍ରୁତି

57

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ତିହିଡି ବ୍ଲକ୍ ଗୋବିନ୍ଦପୁର ପଂଚାୟତର ଓରାଳିବିନ୍ଧା ଗ୍ରାମନିବାସୀ ସନ୍ତୋଷ କୁମାର ବଳଙ୍କ ୩ ଜଣ ଭିନ୍ନକ୍ଷମ ସନ୍ତାନଙ୍କ ଦୁର୍ଦ୍ଦଶା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ଜିଲାପାଳ ତ୍ରିଲୋଚନ ମାଝୀ ଉକ୍ତ ପରିବାରକୁ ଆର୍ଥିକ ସହାୟତା ବାବଦ ଭତ୍ତା, ଦିବ୍ୟାଙ୍ଗ ଋଣ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ସନ୍ତୋଷ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅ ଭିନ୍ନକ୍ଷମ ଅଟନ୍ତି। ସେମାନଙ୍କ ଚିକିତ୍ସା ବାବଦ ସନ୍ତୋଷ ସର୍ବସ୍ୱାନ୍ତ ହୋଇଯାଇଥିବାବେଳେ ଉଚ୍ଚ ଚିକିତ୍ସା ବାବଦ ଅର୍ଥ ବାଧକ ହୋଇଥିଲା। ତେବେ ସେ ଗତକାଲି ଜିଲା ମୁଖ୍ୟ ଚିକିତ୍ସାଳୟରେ ପିଲାଙ୍କୁ ନେଇ ଚିକିତ୍ସିତ କରାଇବା ଅବସରରେ କେତେକ ସମାଜସେବୀ ତାଙ୍କୁ ଜିଲାପାଳଙ୍କ ନିକଟକୁ ଆଜି ଆଣିବା ପରେ ସେ ଅତିରିକ୍ତ ଜିଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ଦିବ୍ୟାଙ୍ଗ ପ୍ରମାଣପତ୍ର ଡିପୋଜିଟ୍ ହୋଇଥିଲା ଏବଂ ପ୍ରଥମ କିସ୍ତିର ଅର୍ଥ ଉକ୍ତ ପରିବାର ୩ ଦିନ ଭିତରେ ପାଇବାର ପ୍ରତିଶ୍ରୁତି ଦେଇଥିଲେ। ଏତଦ୍‌ବ୍ୟତୀତ ସହୀଦ ଭଗତ ସେନା ମଧ୍ୟ ଡାକ୍ତରଖାନାରେ ପହଞ୍ôଚ ସେମାନଙ୍କୁ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.