Home ଜିଲ୍ଲା ପରିକ୍ରମା ସମବାୟ ବିଭାଗୀୟ ଏଆରସିଏସ୍‌ଙ୍କ ହସ୍ତକ୍ଷେପ ପରେ ବାରସର ସମବାୟ ସମିତିର ଗଣଧାରଣା ପ୍ରତ୍ୟାହୃତ

ସମବାୟ ବିଭାଗୀୟ ଏଆରସିଏସ୍‌ଙ୍କ ହସ୍ତକ୍ଷେପ ପରେ ବାରସର ସମବାୟ ସମିତିର ଗଣଧାରଣା ପ୍ରତ୍ୟାହୃତ

24

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ଅଧୀନସ୍ଥ ବାରସର ସମବାୟ ସମିତିର ଶସ୍ୟବୀମା ଯୋଜନାର ବିଭ୍ରାଟକୁ କେନ୍ଦ୍ର କରି ଗତ ୨୩ ତାରିଖରେ ଚାଷୀଙ୍କ ପକ୍ଷରୁ ତାଲା ପକା ଆନ୍ଦୋଳନ ଆରମ୍ଭ ହୋଇ ୨୪ ତାରିଖରୁ ଗଣଧାରଣା ଦିଆଯାଇଥିଲା। ତେବେ ଆଜି ସମବାୟ ବିଭାଗର ଏଆରସିଏସ୍ ବିକାଶ ଚନ୍ଦ୍ର ନାୟକ, ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ତିହିଡି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ଓ ସମିତି ସମୂହ ପ୍ରଶାସକ ଅଭିଳାଶ ରଣା ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଚାଷୀଙ୍କ ସହିତ ବିଶଦ ଆଲୋଚନା କରିବା ପରେ ଚାଷୀଙ୍କ ଅଭିଯୋଗ ମୁତାବକ ଏକମାସ ମଧ୍ୟରେ ତଦନ୍ତ ହୋଇ ବିହିତ ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବାପରେ ଏହି ଗଣଧାରଣା ପ୍ରତ୍ୟାହୃତ ହୋଇଛି। ଏବଂ ସମିତିର ତାଲା ଖୋଲାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ସୂଚନାଯୋଗ୍ୟ ବାରସର ସମବାୟ ସମିତିର ଚାଷୀମାନେ ଗତ ୨୦୨୦ ଖରିଫ ଋତୁରେ କୃଷିଋଣ ନେଇ ଧାନଚାଷ କରିଥିଲେ। ଉକ୍ତ ଋଣର ଶସ୍ୟବୀମା ଯୋଜନାରେ ସମିତିରେ ବୀମାରାଶି ମଧ୍ୟ ଦେଇଥିଲେ। ୨୦୨୦ ଲଘୁଚାପ ଜନିତ ବନ୍ୟାରେ ହୋଇଥିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବନ୍ୟା ହେବା ପରେ କ୍ରପ୍ କଟିଂ ମାଧ୍ୟମରେ ବୀମା କଂପାନୀ ୮୦ ରୁ ୯୦ ପ୍ରତିଶତ କୃଷିଋଣ ଛାଡ କରିବା ପାଇଁ ଧାର୍ଯ୍ୟ କରିଥିଲେ। କିନ୍ତୁ ଛାଡ ହୋଇଥିବା କୃଷିଋଣର ଶସ୍ୟବୀମା ରାଶି ଚାଷୀଙ୍କୁ ପ୍ରଦାନ କରିବାରେ ସମିତିର ସଂପାଦିକା ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ ହୋଇଥିଲା। ଚାଷୀଙ୍କ ଅର୍ଥାଭାବ ହେତୁ ଋଣ ପରିଶୋଧ କରିନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଜିଲାପାଳ ଓ ସମବାୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ମାତ୍ର କୌଣସି ସୁଫଳ ନମିଳିବାରୁ ଏଭଳି ଆନ୍ଦୋଳନ ହୋଇଥିଲା। ତେବେ ସମିତିର ସଂପାଦିକାଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମାନସ ରଂଜନ ନାୟକ, ରାଜାରାମ ମହାକୁଡ, ରମଣି ରଂଜନ ମହାନ୍ତି, ଦୋଳଗୋବିନ୍ଦ ଦାସ, ଗୋବିନ୍ଦପୁର ସରପଞ୍ଚ ମାନସ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.