Home Top News ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ, ଟ୍ୱିଟ କରି ଜଣାଇଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ, ଟ୍ୱିଟ କରି ଜଣାଇଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

48

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହେଲା। ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଟ୍ୱିଟ୍‌ର ଜରିଆରେ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରରେ ପ୍ରକାଶ କିଛନ୍ତିଯେ, NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରାଯାଇଛି।

ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଉଭୟ ବିଜେଡ଼ି ଏବଂ ବିଜେପି ପକ୍ଷରୁ ସାଂସଦ ମାନଙ୍କର ପୃଥକ ପୃଥକ ପ୍ରତିନିଧି ମଣ୍ଡଳ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ବିଜେଡ଼ି ସାସଂଦ ମାନେ ଆଜି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କର ଏହି ଦାବି ଜଣାଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣକୁ ଏନ୍‌ଏମ୍‌ଏ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ପ୍ରତିବାଦରେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ବିଜ୍ଞପ୍ତି ପ୍ରତ୍ୟାହାର ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ୍ କମୁାର କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ନ୍ୟାସିନାଲ୍ ମନୁମେଣ୍ଟ ଅଥୋରିଟି (ଏନ୍‌ଏମ୍‌ଏ)କୁ ପତ୍ର ଲେଖିତିଲେ। ମୁଖ୍ୟ ପ୍ରଶାସକ ଲେଖିଥିବା ପତ୍ରରେ ଦାରୁବ୍ରହ୍ମଙ୍କ ମୂଳପୀଠ ଶ୍ରୀମନ୍ଦିର ଲାଗି ତରୁନ୍ତ ଏହି ଡ୍ରାପ୍ଟ ନୋଟିଫିକେସ୍‌ନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ଶ୍ରୀମନ୍ଦିର ପରଚାଳନା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ରହିଛି। ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏଏସ୍‌ଆଇ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ଶ୍ରୀମନ୍ଦିର ରକ୍ଷଣା ବେକ୍ଷଣ ଓ ମରାମତି କାର୍ଯ୍ୟ କରାଯାଉଛି। ଏଭଳି ଡ୍ରାପ୍ଟ ନୋଟିଫିକେସନ୍ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ। ଫଳରେ ମହାପ୍ରଭୁଙ୍କ ନୀତି କାନ୍ତି ପ୍ରଭାବିତ ହେବାର ସମ୍ଭାବନା ରହିଛି। ମହାପ୍ରଭୁଙ୍କ ନୀତି କାନ୍ତୀ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ସେବାୟତମାନଙ୍କ ସହଯୋଗ ଅପରିହାର୍ଯ୍ୟ। ତେଣୁ ତୁରନ୍ତ ଏଭଳି ଚିଠା ବିଜ୍ଞପ୍ତି ପ୍ରତ୍ୟାହାର ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ।

ପୁନଶ୍ଚ ସୂଚନାଯୋଗ୍ୟଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣକୁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନ୍‌ଏମ୍‌ଏ ) ଏକ ବିଜ୍ଞପ୍ତିରେ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ଏତଦ୍‌ ବ୍ୟତୀତ ଶହେ ମିଟର ଚୌହଦି ଠାରୁ ୨୦୦ମିଟର ପରିଧି ମଧ୍ୟରେ ନୂତନ ନିୟମ ନିୟନ୍ତ୍ରଣ କରିବାକୁ ରେଗୁଲେଟେଡ୍ ଏରିଆ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା।

କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ଏନ୍‌ଏମ୍‌ଏର ଏଭଳି ବିଜ୍ଞପ୍ତି ସେବାୟତ, ଗବେଷକ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା। ଏହି କଟକଣା ଫଳରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପରିକଳ୍ପନା ବାଧାପ୍ରାପ୍ତ ହେବାର ସମ୍ଭାବନା ଦେଖାଦେଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.