Home ଓଡ଼ିଶା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଜଗନ୍ନାଥ ଦର୍ଶନ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଜଗନ୍ନାଥ ଦର୍ଶନ

103

ପୁରୀ, ୨୯/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ତାଙ୍କର ଓଡିଶା ଗ୍ରସ୍ତ କାର୍ଯ୍ୟକ୍ରମରେ ଗତକାଲି ରାତିରେ ଏଠାରେ ପହଂଚି ଏକ ତାରକା ହୋଟେଲ ରେ ଅବସ୍ଥାନ କରିଥିଲେ। ଆଜି ସକାଳ ୮ଟା ସମୟରେ ଅମିତ୍ ଶାହା ଆସି ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କଡା ସୁରକ୍ଷା ବଳେ ମଧ୍ୟରେ ଲାଲ କାର୍ପେଟ ଦେଇ ଶ୍ରୀ ମନ୍ଦିରର ସିଂହ ଦ୍ୱାର ବାଟେ ୭ ପାହାଚ ଦେଇ ଗର୍ଭ ଗୃହ ମଧ୍ୟରେ ଭିତରକାଠ ପାଖରେ ଶ୍ରୀ ଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଶାହାଙ୍କ କୌଳିକ ପଣ୍ଡା ରଘୁନାଥ ଗୋଛିକାର ତାଙ୍କ ସହ ରହି ମନ୍ଦିର ବୁଲାଇବା ସହ ସମସ୍ତ କାର୍ଯ୍ୟ କରିଥିଲେ।

ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରିବା ପରେ ସେ ମୁକ୍ତ ମଣ୍ଡପରେ ବ୍ରାହ୍ମଣ ମାନଙ୍କ ଠାରୁ ଆର୍ଶୀବାଦ ନେଇଥିଲେ। ଶ୍ରୀ ମନ୍ଦିର ବେଢା ପରିକ୍ରମା କରିବା ପରେ ମାଆ ବିମଳାଙ୍କ ମନ୍ଦିର ଓ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପାଟ ଅଗଣାରେ ମହାପ୍ରଭୂଙ୍କର ନୀଳଚକ୍ରକୁ ଦର୍ଶନ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଥର ପାଇଁ ଜଗନ୍ନାଥ ଦର୍ଶନ ଥିଲା।

ଶ୍ରୀ ଶାହାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ବିଭାଗର ରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି, ବିଜେପି ମହିଳା ମୋର୍ଚ୍ଚା ସଭା ନେତ୍ରୀ ପ୍ରଭାତୀ ପରିଡା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ଙ୍କ ସମେତ ବହୁ ବିଜେପି ନେତୃ ବୃନ୍ଦ ଶ୍ରୀ ଶାହାଙ୍କ ସହ ଜଗନ୍ନାଥଙ୍କୁ ଦର୍ଶର୍ନ କରିଥିଲେ। ସିଂହ ଦ୍ୱାର ସମ୍ମୁଖରେ ଜିଲାପାଳ ବଲଓନ୍ତ ସିଂ ଏସପି ଉମାଶଙ୍କର ଦାସ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟାନ୍ୟ ବହୁ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ସାହାଙ୍କ ସୁରକ୍ଷା ପାଇଁ ଆଠ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.