Home ଜିଲ୍ଲା ପରିକ୍ରମା ଭଦ୍ରକ – ଚିହ୍ନଟ ହେଲେ ୧୭୭ ଆକ୍ରାନ୍ତ

ଭଦ୍ରକ – ଚିହ୍ନଟ ହେଲେ ୧୭୭ ଆକ୍ରାନ୍ତ

21

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୧୭୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ପର୍ଯ୍ୟନ୍ତ ମୋଟ ୩ଲକ୍ଷ ୮୨ହଜାର ୫୯୬ଜଣଙ୍କ ନମୁନା ପରୀକ୍ଷା ପରେ ମୋଟ ୧୩ହଜାର ୭୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ହଜାର ୫୮୯ଜଣ ସୁସ୍ଥ ହୋଇଛନ୍ତି । ଏବେ ୩୧୨୭ ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତମାନେ ଭଦ୍ରକ ବ୍ଲକର ବେନ୍ତାଳ, ଇଚ୍ଛାପୁର, ଦୈସିଂ, ଏରେଇଁ, ସାମରଇପୁର, ଗୋରାମାଟି, ଗୁଜିଦରଡ଼ା, କାଉପୁର, ମଉଦା, ଓଲଙ୍ଗ, ରାନ୍ଦିଆ, ଆର.ଏନ.ବେତରା, ଆଟ୍ଟୋ ଗ୍ରାମର ମୋଟ ୩୭ଜଣ, ଭଦ୍ରକ ପୌରପାଳିକାର କୁଆଁସ, ପୁରୁଣାବଜାର, ବାଇପାସ୍‌, ମଧୁସୂଦନନଗର ଓ ଜାନୁଗଞ୍ଜରୁ ମୋଟ ୯ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାସୁଦେବପୁର ପୌରପାଳିକାର ବାଲିଆବିନ୍ଧା ଗ୍ରାମରୁ ୨ଜଣ, ବନ୍ତ ବ୍ଲକର କୁଶଗଡ଼ିଆ, କୁମ୍ଭକରାଳ, ବରହମପୁର, ପଳସା, କନ୍ତିଆ, ଗୋବିନ୍ଦପୁର, ପାହାଡ଼ପୁର, ଓଡଙ୍ଗ, ଅଳଓତି, ରାମକୃଷ୍ଣପୁର, ଟିଲୋ ଗ୍ରାମରୁ ୨୩ଜଣ, ତିହିଡ଼ି ବ୍ଳକର ଉଗାଳପୁର, ବାମନବିନ୍ଧା,ବାରୋ, ଭାଟପଡ଼ା, ବିଲଣା, ଓରାଳି, ଗାଜିପୁର, ଫତେପୁର, ଗୁଆମାଳ, ମଧୁପୁର, ଖେରଙ୍ଗ, ମୂଷାଙ୍ଗ, ଜୟପୁର, ମଙ୍ଗଳପୁର, ଆରସା, ପାଳିଆବିନ୍ଧା, ଜାଫ୍‌ରାବାଦ୍‌, ସୟା, ଉପରଦୁମୁକା ଓ ଜି.ବି.ପୁରରୁ ମୋଟ ୨୯ଜଣ ଚିହ୍ନଟ ହୋଇଛନ୍ତିି । ସେହିପରି ଭଣ୍ଡାରିପୋଖରୀ ବ୍ଳକର ବନସାହି, ଝୁଟଣା, କୁରିଗାଁ, ତୋଟାସାହି, ବାହାଦଲପୁର, ସରସଦା, ବିରୁଳି, ବଡବନସ୍ତା, ରାଜେନ୍ଦ୍ରପୁର, ନାରାୟଣପୁର, ଉତ୍ତରଗଡ଼ିଆ, କୁଲଣା ଗ୍ରାମରୁ ମୋଟ ୧୩ଜଣ, ଧାମନଗର ବ୍ଲକର ବମକୁରା, ଦଇପୁର, ଧୂଷୁରୀ, ହସନାବାଦ ଗ୍ରାମରୁ ୬ଜଣ, ଚାନ୍ଦବାଲି ବ୍ଲକର ନଗୁଆଁ, ବେଗୁନିଆ, ଘଟପୁର, ମତୋ, ମହୁଲିଆ, ମଉସୁଧା, ପାନଗୁଡ଼ା ଗ୍ରାମରୁ ୧୧ଜଣ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଳକର ନଣନ୍ଦପୁର, ଗୋପାଳପୁର, ବିଦେଇପୁର, ଚୁଡାମଣି, ଇରମ, ଗୋବିନ୍ଦପୁର, ସୁଗୋ, ବିରିପଦା ଗ୍ରାମରୁ ୧୦ଜଣ, ଧାମନଗର ଏନ୍‌ଏସିର ୩ ନଂ ୱାର୍ଡରୁ ଜଣେ ଚିହ୍ନଟ ହୋଇଛନ୍ତି । ବାହାର ଜିଲ୍ଳା ଭାବେ ବାଲେଶ୍ୱର ଜିଲ୍ଲା ଖଇରା ଓ ସିମୁଳିଆ ବ୍ଲକ, କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକ ଅଞ୍ଚଳରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଳାର ବିଭିନ୍ନ ଅଞ୍ଚଳର ୨୮ଜଣ ଜିଲ୍ଲା ବାହାରେ ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସା ସମୟରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.