Home ଜିଲ୍ଲା ପରିକ୍ରମା ପ୍ରତିଭାର ବିକାଶ ପରିଚୟ ଦିଏ – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’

ପ୍ରତିଭାର ବିକାଶ ପରିଚୟ ଦିଏ – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’

18

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଉଦ୍ଦିଷ୍ଟ ‘ମହକ’ କାର୍ଯ୍ୟକ୍ରମ ଆଜି ଭଦ୍ରକ ଜିଲ୍ଲା ସ୍ତରରେ ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଉତ୍ସବକୁ ଉଦ୍‌ଘାଟନ କରି ଶିଶୁମାନେ ହିଁ ଦେଶର ଭବିଷ୍ୟତ, ସେମାନଙ୍କର ଅନ୍ତନିର୍ହିତ ପ୍ରତିଭାର ବିକାଶ ଘଟିଲେ ଦେଶର ବିକାଶ ସମ୍ଭବ ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ଅନ୍ୟତମ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁଦର୍ଶନ ବାରିକ ଏବଂ ଉକ୍ତ କମିଟିର ସଦସ୍ୟ ସତ୍ୟସୁନ୍ଦର ପୁହାଣ, ପ୍ରଦୀପ୍ତ କର ଯୋଗଦେଇଥିଲେ। ଦିନ ତମାମ୍ ଶିଶୁ ମାନଙ୍କ ମଧ୍ୟରେ ଏକକ ସଙ୍ଗୀତ, ଦଳଗତ ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, କ୍ୱିଜ୍ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।

ଉଦ୍‌ଯାପନୀ ଅଧିବେଶନରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନେ ହିଁ ଦେଶର ସମ୍ପଦ, ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ନିଜ ପିଲାଦିନ ଅନୁଭୂତି ପ୍ରକାଶ କରିବା ଆଧାରରେ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ସମାଜରେ ପରିଚୟ ମିଳେ ବୋଲି କହିଥିଲେ। ଆହୁରି ମଧ୍ୟ କହିଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ ସହିତ କଳାର ବିକାଶ ଘଟାଏ ଓ ଅନ୍ୟମାନଙ୍କୁ ଉତ୍ସାହିତ କରାଇଥାଏ। ବୃକ୍ଷଲତା ବର୍ଷାକୁ ଚାହିଁଥିଲା ଭଳି ଅନେକ ସମୟରେ ଆମେ ସମସ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ଅପେକ୍ଷା କରିଥାଉ। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ନିଜ ନିଜ ପାଖରେ ଥିବା ପ୍ରତିଭାର ବିକାଶ ପାଇଁ ସାଧନା କରି ଆଗକୁ ନାଁ କମାନ୍ତୁ ବୋଲି କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁଦର୍ଶନ ବାରିକ ଓ ଖାଉଟି ଫୋରମ୍‌ର ଅଧ୍ୟକ୍ଷ ଶିବପ୍ରସାଦ ମହାନ୍ତି ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ କି ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଶିଶୁ ଏହି ମହକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେବାସୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.