Home ଜିଲ୍ଲା ପରିକ୍ରମା ଗଡିଲା ସଞ୍ଚୟ ରଥ – ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳିତ

ଗଡିଲା ସଞ୍ଚୟ ରଥ – ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳିତ

46

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୩୧ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ପାଳନ କରାଯାଉଥିବା ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆଜି ସଞ୍ଚୟ ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଯୋଗ ଦେଇ ପତାକା ପ୍ରଦର୍ଶନ ପୂର୍ବକ ସଞ୍ଚୟ ରଥ ପରିକ୍ରମାର ଉଦ୍‌ଘାଟନ କରିଥିଲେ। ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି, ଡ଼େପୁଟୀ କଲେକ୍ଟର କସ୍ତୁରୀବାଳା ଜେନା, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ପ୍ରେବେସନର ଓ.ଏ.ଏସ୍‌. ଅଧିକାରୀ ପୁଷ୍ପାଞ୍ଜଳୀ ଦଣ୍ଡପାଟ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବା, ମିତବ୍ୟୟୀ ହୋଇ ସଞ୍ଚୟ କରିବା ଯେ କୌଣସି ସନ୍ଦିଗ୍ଧ, ଅଣ ବ୍ୟାଙ୍କିଙ୍ଗ୍‌, ବେସରକାରୀ, ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଦୂରେଇ ରହିବା, ଠକାମି ଓ ପଶ୍ଚାତାପ ରୁ ମୁକ୍ତି ପାଇବା, ଡ଼ାକଘର ଓ ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ସଞ୍ଚୟ କରିବା ଆଦି ବର୍ତ୍ତାକୁ ପ୍ରଚାର କରି ଜନ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଏହି ରଥ ପରିକ୍ରମା କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ କି ଧାମନଗର ଉପନିର୍ବାଚନ ପାଇଁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଯୋଗୁଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପାରିନଥିଲା। ଆସନ୍ତା ୧୪ ତାରିଖ ସୋମବାର ଦିନ ଅପରାହ୍ନ ୪ଟାରେ ସଦ୍‌ଭାବନା ସଭାଗୃହରେ ସଞ୍ଚୟପକ୍ଷ ପାଳନ ନେଇ ଏକ ସଚେତନତା ବୈଠକ ଓ ଉକ୍ତ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.