Home ଜିଲ୍ଲା ପରିକ୍ରମା ପ୍ରଜ୍ଞା ପ୍ରବାହର ସାଂଗଠନିକ ବୈଠକ ଓ ଆଲୋଚନା ଚକ୍ର

ପ୍ରଜ୍ଞା ପ୍ରବାହର ସାଂଗଠନିକ ବୈଠକ ଓ ଆଲୋଚନା ଚକ୍ର

25

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜ୍ଞା ପ୍ରବାହ ଭଦ୍ରକ ଜିଲ୍ଲା ଶାଖା ତରଫରୁ ସହରର ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସାଂଗଠନିକ ବୈଠକ ଏବଂ ଜିଲ୍ଲାର ବୁଦ୍ଧିଜୀବୀ ମାନଙ୍କୁ ନେଇ ପରିବେଶ ପ୍ରଦୂଷଣ ପ୍ରସଙ୍ଗର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସିନ ମୁଖ୍ୟଅତିଥି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପ୍ରଜ୍ଞା ପ୍ରବାହର ରାଜ୍ୟ ସହ ସଂଯୋଜକ ଅମ୍ବିକା ପ୍ରସାଦ ମହାନ୍ତି ସଂଗଠନ ସ୍ଥାପନାର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଦେଶର ବୁଦ୍ଧିଜୀବୀଙ୍କ ଦ୍ୱାରା ଜନଜାଗରଣ, ଜନ ସଚେତନତାର ପ୍ରଭାବ ସମାଜ ଉପରେ ସକାରାତ୍ମକ ରହିଥାଏ । ରାଷ୍ଟ୍ରୀୟ ସ୍ୱାର୍ଥ ଆଧାରିତ ବିଭିନ୍ନ ପ୍ରସଙ୍ଗ, ସାମାଜିକ ସମସ୍ୟା ଉପରେ ପ୍ରଜ୍ଞା ପ୍ରବାହ କାର୍ଯ୍ୟ କରି ଆସୁଛି ବୋଲି ନବ ମନୋନୀତ ରାଜ୍ୟ ସଂଯୋଜକ ରବି ନାରାୟଣ ପଣ୍ଡା କହିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ବରିଷ୍ଠ ଶିକ୍ଷାବିତ ଆଦିତ୍ୟ କୁମାର ପଣ୍ଡା ନିର୍ଦ୍ଧାରିତ ପ୍ରସଙ୍ଗ ପ୍ରଦୂଷଣ ନିୟନ୍ତ୍ରଣ ଓ ଏହାର ଆଇନଗତ ଦିଗ ଉପରେ ଚର୍ଚ୍ଚା କରିଥିଲେ ।

ଆଲୋଚନା ଚକ୍ର ସଭାକାର୍ଯ୍ୟରେ ସ୍ୱାଗତ ଭାଷଣ ଏବଂ ଅତିଥି ମାନଙ୍କର ପରିଚୟ ଯୁବ ସଂଗଠକ ସ୍ୱାଧୀନ ସୁନ୍ଦର ଦାସ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାନ୍ତି, ବରିଷ୍ଠ ଆଇନଜୀବୀ ଧର୍ମେନ୍ଦ୍ର ମେହେର, ସଂସ୍କୃତ ବିଭାଗର ଅଧ୍ୟାପିକା ସ୍ନେହଲତା ପାତ୍ର, ବରିଷ୍ଠ ସମାଜସେବୀ ଜଗନ୍ନାଥ ଦାଶ, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଅଶୋକ ମିଶ୍ର, ନାରୀନେତ୍ରୀ କଳ୍ପନା ଜେନା, ଯୋଗଗୁରୁ ସୁରେନ୍ଦ୍ର ଦାସ, ଆଚାର୍ଯ୍ୟ ସୀତାକାନ୍ତ ନାୟକ, ପ୍ରତାପ ଦାସ, ଅମର କୁମାର ମହାନ୍ତି, ବିକାଶ ପାଢ଼ୀ, ଗାୟତ୍ରୀ ପରିବାରରୁ ପ୍ରକାଶ ବେହେରା ପ୍ରମୁଖ ଆଲୋଚନା ଚକ୍ରରେ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ । ପ୍ରଜ୍ଞା ପ୍ରବାହର ଭଦ୍ରକ ଜିଲ୍ଲା ଶାଖାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବରିଷ୍ଠ ଆଇନଜୀବୀ ଗଦାଧର ବଳଙ୍କୁ ସର୍ବସମ୍ମତି କ୍ରମେ ସହ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା । ଶେଷରେ ଶ୍ରୀଯୁକ୍ତ ବଳ ଧନ୍ୟବାଦ ପ୍ରଦାନ କରିବା ସହ ବୁଦ୍ଧିଜୀବୀ ମାନଙ୍କୁ ନେଇ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରେ ପ୍ରସଙ୍ଗ ଆଧାରିତ ଆଲୋଚନା ଚକ୍ର ଓ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହେବାର ଅଛି ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.