Home ଜିଲ୍ଲା ପରିକ୍ରମା ନବନିର୍ବାଚିତ ଭଦ୍ରକ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବିଧାୟକଙ୍କୁ ଦାବି ଜଣାଇଲା

ନବନିର୍ବାଚିତ ଭଦ୍ରକ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବିଧାୟକଙ୍କୁ ଦାବି ଜଣାଇଲା

27

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ଭଦ୍ରକ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିକ୍ଷକ ମାନଙ୍କର ୧୦ବର୍ଷିଆ ଆର୍ଥିକ ଅଭିବୃଦ୍ଧି, ଇନକ୍ରିମେଣ୍ଟ ମଞ୍ଜୁରୀ ତଥା କ୍ୟାଡରରେ ଲେଭଲ ‘ଏ’ ରୁ ଲେଭେଲ ‘ବି’କୁ ପଦନ୍ନୋତି, ସର୍ଭିସବୁକ ଅପଡେଟ୍ ଆଦି ସମସ୍ୟା ଦିର୍ଘଦିନ ହେବ ସମାଧାନ ହେଉନଥିବାରୁ ସଂଘର ପୁନଃଗଠନ ପାଇଁ ଶିକ୍ଷକ ମାନେ ମତପ୍ରକାଶ କରିଥିଲେ । ଉପସ୍ଥିତ ଶିକ୍ଷକମାନଙ୍କ ତରଫରୁ ନିଳାନ୍ଦ୍ରୀ ଭୂଷଣ ତ୍ରିପାଠୀଙ୍କୁ ସଭାପତି ଏବଂ ଚନ୍ଦ୍ରକାନ୍ତ ଶୁକ୍ଳଙ୍କୁ ସଂପାଦକ, ପ୍ରଶାନ୍ତ ବାରିକ ଙ୍କୁ କାର୍ଯ୍ୟକାରୀ ସଭାପତି, ସୁକାନ୍ତ ନାୟକ, ରାଜେନ୍ଦ୍ର ମଲ୍ଲିକଙ୍କୁ ଉପସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ନବନିର୍ବାଚିତ କର୍ମକର୍ତ୍ତାମାନେ ଜିଲ୍ଲାସଭାପତି ଅରବିନ୍ଦ ଦୀକ୍ଷିତ୍‌, ରାଜ୍ୟ ସଂଗଠନ ସଂପାଦକ ତବରେଜ ଖାନ, ଜିଲ୍ଲା ଉପସଭାପତି ଜାଭେଦ ଅକତର ଏବଂ ଅବଦୁଲ ଜାବିର, ସେକ ସଲାଉଦ୍ଦିନ, ପ୍ରଭାତ ସାହୁ, ସ୍ୱାଲିଆ ଖାତୁନ, ସ୍ୱର୍ଣ୍ଣମଞ୍ଜରୀ ନାୟକଙ୍କ ସହ ଶତାଧିକ ଶିକ୍ଷକ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ କ୍ୟାଡର ଲେଭଲ ‘ବି’କୁ ପଦୋନ୍ନତି ଏବଂ ଏମ.ଏ.ସି.ପି ବିଷୟରେ ଦାବି ଜଣାଯାଇଥିଲା । ବିଧାୟକ ମହୋଦୟ ଭଦ୍ରକ ବ୍ଲକର ସମସ୍ତ ଶିକ୍ଷକ ମାନଙ୍କର ସମସ୍ୟା ସପ୍ତାହ ମଧ୍ୟରେ ସମାଧାନ ହେବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.