Home ଓଡ଼ିଶା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ ବୃଦ୍ଧି ବିରୋଧରେ ବିଜୁ ମହିଳା ଜନାତା ଦଳର ପକ୍ଷରୁ ଜିଲ୍ଲାପାଳ ଙ୍କ...

ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ ବୃଦ୍ଧି ବିରୋଧରେ ବିଜୁ ମହିଳା ଜନାତା ଦଳର ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ

43

ମାଲକାନଗିରି,୧ା୧୧(ଓଡିଆ ପୁଅ ) ରାଜ୍ୟରେ ଦିନକୁ ଦିନ ପେଟ୍ରୋଲ,ଡିଜେଲ, ରନ୍ଧନଗ୍ୟାସ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ଘଟିଥିବାରୁ ଏହାକୁ ବିରୋଧ କରି ଆଜି ମାଲକାନଗରି ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଜେଡି ମହିଳା ସଭାନେତ୍ରୀ ସୁକାନ୍ତି ବୁରୁଦା ଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସମଗ୍ର ଦେଶ ଠାରୁ ଆଧିକ ମୂଲ୍ୟରେ ପୋଟ୍ରେଲ, ଡିଜେଲ, ଓ ରନ୍ଧନ ଗ୍ୟାସ ବିକ୍ରୀ କରାଯାଉଛି,ଏହା ବ୍ୟତିତ ଅନ୍ୟାନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇ ଯାଇ ଥିବାରୁ ସାଧାରଣ ଖାଉଟି ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ମନମୁଖି ଦରଦାମ ବୃଦ୍ଧିକୁ ବିରୋଧ କରି ଜିଲ୍ଲାପାଳଙ୍କ ଜରିଆରେ ବିଜୁ ମହିଳା ଜନତା ଦଳ ର ମହିଳା ମାନେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.