Home ଜିଲ୍ଲା ପରିକ୍ରମା ପ୍ରଜାପିତା ବ୍ରହ୍ମାବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ

ପ୍ରଜାପିତା ବ୍ରହ୍ମାବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ

19

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗରସ୍ଥିତ ରାଜଯୋଗ ଶିକ୍ଷା କେନ୍ଦ୍ର ପରିସରରେ ପ୍ରଜାପିତା ବ୍ରହ୍ମାବାବାଙ୍କ ପୂର୍ଣ୍ଣ ତିଥି ଅବ୍ୟକ୍ତ ସ୍ମୃତି ଦିବସ ଆଜି ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ରର ମୁଖ୍ୟ ପରିଚାଳିକା ବ୍ରହ୍ମା କୁମାରୀ ଅନୁପାମା ଭଉଣୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ତହସିଲଦାର ରାଧାକାନ୍ତ ବାରିକ ଯୋଗଦେଇ ଜଗତରେ ସମସ୍ତ ଅନ୍ଧକାରରୂପି ଅଜ୍ଞାନତାକୁ ଦୂର କରିବା ହିଁ ଏହି ଆଧ୍ୟାମିôକ ଆତ୍ମ ଚିନ୍ତନ ହିଁ ମନୁଷ୍ୟ ପାଇଁ ପ୍ରୟୋଜନ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର କୁମାର ହୁଇ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜତିନ୍ଦ୍ର କୁମାର ମିଶ୍ର, କୋଷାଗାର ଅଧିକାରୀ ଲକ୍ଷ୍ମଣ କୁମାର ବାରିକ, ଅଧ୍ୟାପିକା ବିକେ ସ୍ମରଣିକା, ଧାମନଗର ପ୍ରେସ କ୍ଲବର ସଭାପତି କୈଳାସ ଚନ୍ଦ୍ର ଗୁପ୍ତା, ପ୍ରଧାନଶିକ୍ଷକ ମନୋଜ କୁମାର ସିଂହ, ସମାଜସେବୀ ନାରାୟଣ ଚନ୍ଦ୍ର ମହାପାତ୍ର, ବିକେ ସୁଶ୍ରୀ ସଂଗୀତା, ବ୍ରହ୍ମାକୁମାର ରତ୍ନାକର, ପୂର୍ଣ୍ଣଚନ୍ଦ୍ର, ପର୍ଶୁରାମ, ଭାଗବତ, ଶ୍ରୀକାନ୍ତ, ଦିଗାମ୍ଭର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ପରିଷଦର ସଂପାଦକ ଶଚୀକାନ୍ତ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଭଉଣୀ ଶୋଭାରାଣୀ, ଜୟନ୍ତୀ, ମମିତା, ସଂଗୀତା, ଗୀତାରାଣୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନିରାକାର ଧଳ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.