Home ଜିଲ୍ଲା ପରିକ୍ରମା ଧାମନଗରରେ ଆଜି ଶୁଭାରମ୍ଭ ହେଲା କରୋନା ଟିକା:ନେଲେ ୨୦୨

ଧାମନଗରରେ ଆଜି ଶୁଭାରମ୍ଭ ହେଲା କରୋନା ଟିକା:ନେଲେ ୨୦୨

23

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶ ବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ଆଜି ଧାମନଗରରେ ଶୁଭାରମ୍ଭ ହୋଇଛି । ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମକୁ ଉପଜିଲାପାଳ ପିତାମ୍ବର ସାମଲ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଦୁର୍ଗାଚରଣ ମୁର୍ମୁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜତିନ୍ଦ୍ର କୁମାର ମିଶ୍ର, ଥାନାଧିକାରୀ ରତିକାନ୍ତ ଗିରି, ଧାମନଗର ମେଡିକାଲ ଅଫିସର ଡା. ଦିପକ କୁମାର ନାୟକ, ବ୍ଲକ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ପଣ୍ଡା, ବିପିଏମ ଜିତେନ୍ଦ୍ର ନାରାୟଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ମେଡିକାଲ କର୍ମଚାରୀ, ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ଅଙ୍ଗନବାଡି ଓ ଆଶାକର୍ମୀ ମାନଙ୍କୁ ପ୍ରଥମେ ଏହି ଟିକା ଦିଆଯାଇଛି । ପ୍ରାଥମିକ ସ୍ତରରେ ଧାମନଗର ବ୍ଲକ ପାଇଁ ୮ଶହ ପଞ୍ଜିକରଣ କରାଯାଇଥିବା ବେଳେ ୮୪୦ ଡୋଜ ଟିକା ଧାମନଗରକୁ ଆସିଛି । ଏହି ଟିକାକରଣ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ୨୦୭ଜଣଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ଥିବା ବେଳେ ସେଥିମଧ୍ୟରୁ ୨୦୨ଜଣ ଟିକା ନେଇଛନ୍ତି । ପ୍ରଥମେ ମେଡିକାଲର ବିପିଏମ ଜିତେନ୍ଦ୍ର ନାରାୟଣ ବିଶ୍ୱାଳ ଟିକା ନେଇଥିଲେ । ଟିକା ନେବା ପରେ କୌଣସି ବ୍ୟକ୍ତିଙ୍କ କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇନଥିବା ଡାକ୍ତର ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏଏନଏମ ପ୍ରିତିପ୍ରଭା ବେହେରା, ରାମଚନ୍ଦ୍ର ପଲାଇ ଓ ପ୍ରଭାତି ବେହେରା ଟିକା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଟିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦୃଷ୍ଟିରେ ରଖି ଡାକ୍ତରଖାନା ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.